Advertisment

ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ

ପୁଲିସ୍‌ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଉତ୍ତରାଖଣ୍ଡର ଡେରାଡୁନରେ ରହିଛି ରାଜପୁର ରୋଡ। ସେଠାରେ କୌଣସି ଗୋଟିଏ ଅଜଣା ଗାଡ଼ି ଧକ୍କାରେ ୪ ଜଣ ଶ୍ରମିକ ପ୍ରାଣ ହରାଇଥିଲେ ଓ ୨ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଗାଡ଼ିଟି ଫେରାର ହୋଇଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଗାଡ଼ି କିମ୍ବା ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ନଥିଲା। କିନ୍ତୁ ଘଟଣା ସ୍ଥଳରୁ ମର୍ସିଡିଜରର ଭଙ୍ଗା ଲୋଗୋ ମିଳିବା ପରେ ପୁଲିସ୍‌ର ତଦନ୍ତ ଦିଗକୁ ଆଗକୁ ବଢ଼ାଇଥିଲା।

Advertisment

ଏହାପରେ ସାକ୍ଷୀମାନେ କହିଥିଲେ ଯେ ଦୁର୍ଘଟଣା ଘଟାଇଥିବା କାରରେ ଚଣ୍ଡିଗଡ଼ର ପଞ୍ଜିକୃତ ନମ୍ବର ରହିଥିଲା। ବାସ ଏହାକୁ ଜାଣିବା ପରେ ପୁଲିସ୍‌ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା। ଗତ ୪ ଦିନ ମଧ୍ୟରେ ଉକ୍ତ ରାସ୍ତାରେ ଯାଇଥିବା ୯ଟି ଚଣ୍ଡିଗଡ଼ ନମ୍ବର ଥିବା ମର୍ସିଡିଜ ଉପରେ ପୁଲିସ୍‌ ଫୋକସ କରିଥିଲା।

ଡେରାଡୁନ ଏସଏସପି ଅଜୟ ସିଂହ କହିଛନ୍ତି, “ଆମେ ୯ଟି ଯାକ ଗାଡ଼ିର ମାଲିକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲୁ। ଏହାପରେ ସ୍ଥାନୀୟ ମର୍ସିଡିଜ ଶୋ’ ରୁମ ଓ ସର୍ଭିସ ସେଣ୍ଟରରେ ଯାଞ୍ଚ ହୋଇଥିଲା। ଆମେ ଆଶା କରିଥିଲୁ ଯେ ଯଦି କାରଟି ଡେରାଡୁନରେ ଚାଲୁଛି, ତା’ହେଲେ ଏହାର ମାଲିକ ନିଶ୍ଚିତ କୌଣସି ସର୍ଭିସ ସେଣ୍ଟର ଯାଇଥିବେ। ଆମେ ସର୍ଭିସ ସେଣ୍ଟରକୁ ବିଳମ୍ବିତ ରାତି ଯାଏ ଯାଞ୍ଚ କରିଥିଲୁ। ଯାଞ୍ଚ ବେଳେ ଆମେ ଏଠାରେ ଗୋଟିଏ କାର ଗତବର୍ଷ ନଭେମ୍ବର ସର୍ଭିସିଂ ପାଇଁ ଆସିଥିଲା ବୋଲି ଜାଣିବାକୁ ପାଇଥିଲୁ।”

Advertisment

ଅଧିକ ଯାଞ୍ଚରୁ ଜଣାପଡ଼ିଥିଲା ଯେ ଦୁର୍ଘଟଣା ଘଟଣାଇଥିବା କାର ସମ୍ପର୍କରେ ସାକ୍ଷୀମାନେ ଦେଇଥିବା ତଥ୍ୟ ସହ ସର୍ଭିସ ସେଣ୍ଟରର ତଥ୍ୟ ମେଳ ଖାଉଛି। ଉକ୍ତ ମର୍ସିଡିଜ କାର ଚଣ୍ଡିଗଡ଼ ସେକ୍ଟର ୧୭ ଆରଟିଓରେ ପଞ୍ଜିକୃତ ହୋଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

ଶୋ’ ରୁମ ରେକର୍ଡରୁ ମିଳିଥିବା ଚଣ୍ଡିଗଡ଼ କଣ୍ଟାକ୍ଟ ନମ୍ବରର ବ୍ୟବହାର କରି ଗୋଟିଏ ପୁଲିସ୍‌ ଟିମ ମାଲିକଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିଥିଲା। ୨୦୨୩ ଫେବୃଆରୀ ମାସରେ କାରକୁ ପ୍ରଥମେ ଚଣ୍ତିଗଡ଼ ଭିତ୍ତିକ ଜଣେ ଅଟୋମୋବାଇଲ ଡିଲର କିଣିଥିଲେ। ଜୁନ ମାସରେ ଦିଲ୍ଲୀର ଆଉ ଗୋଟିଏ ଅଟୋ ମୋବାଇଲ ଡିଲରଙ୍କୁ ବିକ୍ରି କରି ଦେଇଥିଲେ। ଜୁଲାଇ ମାସରେ ଜିତେନ୍ଦ୍ର ପ୍ରସାଦ ବର୍ମା ଏହାକୁ କିଣିଥିଲେ।

ଜିତେନ୍ଦ୍ର ହେଉଛନ୍ତି ଡେରୁଡନରେ ଫାର୍ମିଂ ବ୍ୟବସାୟ କରନ୍ତି। ସେ ଗାଡ଼ିକୁ ୯୫ ଲକ୍ଷ ଟଙ୍କାରେ କିଣିଥିଲେ। ଏହି ତଥ୍ୟ ପାଇବା ପରେ ପୁଲିସ୍‌ କାର ମାଲିକ ବର୍ମାଙ୍କୁ ଖୋଜି ବାହାର କରିଥିଲା। କାରକୁ ସେ ତାଙ୍କ ସାଳକ ୨୨ ବର୍ଷୀୟ ବଂଶ କଟୟାଲଙ୍କୁ ଦେଇଥିଲେ ବୋଲିକୁ ଅବଗତ କରାଇଥିଲେ। ବୁଧବାର ଦିନ ବଂଶ ତାଙ୍କ ଅଫିସରରୁ କାର ନେଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

ଏହି ତଥ୍ୟ ପରେ ପୁଲିସ୍‌ ପରିତ୍ୟକ୍ତ ଅବସ୍ଥାରେ ଗୋଟିଏ ପ୍ଲଟରେ ରହିଥିବା କାର ପାଖରେ ପହଞ୍ଚିଥିଲା। ଏହା ସାମ୍ନା ପଟ କ୍ଷତି ଗ୍ରସ୍ତ ହୋଇଛି। ତେଣୁ ପୁଲିସ୍‌ ଦୁର୍ଘଟଣା ଏହି କାର ଘଟାଇଥିବା ନିଶ୍ଚିତ ହୋଇଥିଲା। ଏହାପରେ ଘଟଣା ଦିନ କାର ଚଳାଉଥିବା ୨୨ ବର୍ଷୀୟ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ବୈଷୟିକ ଜ୍ଞାନକୌଶଳ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

କ’ଣ ଥିଲା ପୂରା ଘଟଣା?

ମାର୍ଚ୍ଚ ୧୨ ତାରିଖ

ସନ୍ଧ୍ୟା ୭ଟା: ବଂଶ କଟୟାଲ ତାଙ୍କ ଭିଣୋଇଙ୍କ ଜାଖନ ସ୍ଥିତ ଅଫିସରୁ କାର ଆଣିଥିଲେ ଓ ୧୨ ବର୍ଷର ଭଣଜାଙ୍କୁ ଧରି ବୁଲିବା ଆରମ୍ଭ କରିଥିଲେ।

ସନ୍ଧ୍ୟା ୭.୦୫: ରାସ୍ତା କଡ଼ରେ ଗାଡ଼ି ଅଟକାଇ ଉଭୟ ଜଳଖିଆ ଖାଇଥିଲେ

ସନ୍ଧ୍ୟା ୭.୫୦: ଖାଇ ସାରିବା ପରେ ଗାଡ଼ି ଧରି ପୁରୁଣା ମସୁରୀ ରୋଡ ଆଡ଼େ ଯାଇଥିଲେ

ସନ୍ଧ୍ୟା ୮.୨୦: ସେଠାରୁ ଘରକୁ ଫେରିବା ବେଳେ ରାସ୍ତାରେ ଯାଉଥିବା ୪ ଜଣ ଶ୍ରମିକଙ୍କୁ କାରଟି ଅତ୍ୟନ୍ତ ଦ୍ରୁତଗତିରା ଧକ୍କା ଦେଇଥିଲା। ସେହିପରି ଦୁଇ ଜଣ ସ୍କୁଟି ଚାଳକଙ୍କୁ ମଧ୍ୟ ବଂଶ ଦ୍ରୁତ ଗତିରେ ଧକ୍କା ଦେଇଥିଲେ।

ସନ୍ଧ୍ୟା ୮.୨୩: ଦୁର୍ଘଟଣା ପରେ ବଂଶ କାର ଧରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ

ରାତି ୯ଟା: ସହସ୍ରଧାରା ସ୍ଥିତ ଜଣେ ସାଙ୍ଗ ଘରେ ବଂଶ ପହଞ୍ଚିଥିଲେ। ସେଠାରୁ ସ୍କୁଟିରେ ଭଣଜାଙ୍କୁ ଘର ଛାଡ଼ିଥିଲେ। ସେହିପରି କାରକୁ ଗୋଟିଏ ଖାଲି ପ୍ଲଟରେ ପାର୍କିଂ କରିଥିଲେ।

ରାତି ୧୧ଟା: ସେ ସାଙ୍ଗ ଘରକୁ ସ୍କୁଟିର ଚାବି ଦେବାକୁ ଆସିଥିଲେ। ତାଙ୍କୁ ଚାବି ଦେବା ପରେ ବସ୍‌ ଯୋଗେ ଦିଲ୍ଲୀ ଚାଲି ଯାଇଥିଲେ

ମାର୍ଚ୍ଚ ୧୩ ତାରିଖ

ସକାଳ ୧୦.୨୭: ପୁଲିସ୍‌ କାରକୁ ଠାବ କରିଥିଲା

ସକାଳ ୧୧.୩୦: ବଂଶ କଟୟାଲଙ୍କୁ ପୁଲିସ ଡେରାଡୁନର ଆଇଏସବିଟିରୁ ଗିରଫ କରିଥିଲା

Accident Police Dehradun
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe