/odisha-reporter/media/post_attachments/uploadimage/library/16_9/16_9_0/Accident_1736686062.jpeg)
Accident
ବାଇକକୁ ଧକ୍କା ଦେଲା କୁକୁଡ଼ା ବୋଝେଇ ଭ୍ୟାନ୍। ଦୁର୍ଘଟଣା ନେଲା ଦମ୍ପତିଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ୫୩ନମ୍ବର ରାଜ୍ୟ ରାଜପଥର କେନ୍ଦୁଜୁମୁଣ୍ଡି ଜଙ୍ଗଲ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକମାନେ ହେଲେ ଚିରୁପଦା ଗାଁର ମନୋଜ ପୂର୍ତ୍ତି ଓ ତାଙ୍କ ପତ୍ନୀ କୁନି ମୁଦୁୟା।
ସୂଚନା ଅନୁସାରେ ମନୋଜ ବାଇକରେ ପତ୍ନୀ କୁନିଙ୍କୁ ଧରି କରଞ୍ଜିଆ ଆସୁଥିବା ବେଳେ ଏକ କୁକୁଡ଼ା ବୋଝେଇ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କୁନିଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ମନୋଜ ପୂର୍ତ୍ତିଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମନୋଜଙ୍କର ମୃତ୍ୟୁ ଘଟିଛି।
ସେପଟେ ଦୁର୍ଘଟଣା ଘଟାଇଥିବା କୁକୁଡ଼ା ବୋଝେଇ ଗାଡ଼ିଟି ଫେରାର୍ ହୋଇଯାଇଛି। ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ ପୁଲିସ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଛି। ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜୁଛି ପୁଲିସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
