Advertisment

ସକାଳୁ ସକାଳୁ ନିଆଁ ପୋଉଁଥିଲେ ଦମ୍ପତି, ଜଳିଗଲେ ସ୍ୱାମୀ

ଅସାବଧାନତାବଶଃତ ହଠାତ୍‌ ସ୍ୱାମୀଙ୍କ ଶରୀରରେ ଲାଗିଗଲା ନିଆଁ। ଦେଖୁଦେଖୁ ହୁତୁହୁତୁ ହୋଇ ଜଳିବାକୁ ଲାଗିଲେ ସ୍ୱାମୀ।

Fire

Fire

Advertisment

ଶୀତୁଆ ସକାଳରେ ନିଆଁ ପୋଉଁଥିଲେ ସ୍ୱାମୀସ୍ତ୍ରୀ। ଏହି ସମୟରେ ଘଟିଲା ଅଘଟଣ । ଅସାବଧାନତାବଶଃତ ହଠାତ୍‌ ସ୍ୱାମୀଙ୍କ ଶରୀରରେ ଲାଗିଗଲା ନିଆଁ। ଦେଖୁଦେଖୁ ହୁତୁହୁତୁ ହୋଇ ଜଳିବାକୁ ଲାଗିଲେ ସ୍ୱାମୀ। ଏପରି ଏକ ଅଘଟଣ ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇର ଖଣ୍ଡପାଟ ଗାଁରେ ଘଟିଛି ।

Advertisment

ଆଜି ସକାଳେ ଖଣ୍ଡପାଟ ଗାଁରେ ଉଭୟ ପତିପତ୍ନୀ ନିଆଁ ପୁଉଁଥିଲେ। ଏହି ସମୟରେ ହଠାତ୍‌ ସ୍ୱାମୀଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ଦେଖୁଦେଖୁ ସେ ଜଳିବାକୁ ଲାଗିଥିଲେ।

ଏହାଦେଖି ପତ୍ନୀ ଚିତ୍କାର କରିବାକୁ ଗାଁ ଲୋକେ ପହଞ୍ଚି ବ୍ୟକ୍ତିଙ୍କ ଶରୀରରୁ ନିଆଁକୁ ଲିଭାଇଲେ। ଏହାପରେ ତୁରନ୍ତ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment
Fire Accident Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe