Advertisment

ସଂସାର ଛାରଖାର କରିଦେଲା ସାପ; ସ୍ୱାମୀ ମୃତ, ସ୍ତ୍ରୀ ଛଟପଟ

ସର୍ପାଘାତରେ ସ୍ୱାମୀ ଆଖି ବୁଜି ଦେଇଥିବା ବେଳେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି ପତ୍ନୀ।

author-image
Niharika Rout
Snake

Snake

ପୁଣି ସାପ ଉଜାଡ଼ି ଦେଲା ସଂସାର। ଛାରଖାର କରିଦେଲା ପରିବାର। ସର୍ପାଘାତରେ ସ୍ୱାମୀ ଆଖି ବୁଜି ଦେଇଥିବା ବେଳେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି ପତ୍ନୀ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଲାଇନପଡ଼ା ଫାଣ୍ଡି ଅନ୍ତର୍ଗତ ପାଣ୍ଡୁଲି ଗ୍ରାମରେ ।

Advertisment

ମୃତକଙ୍କ ନାମ ବିମଳ କହଁର ଏବଂ ଗୁରୁତର ଥିବା ତାଙ୍କ ସ୍ତ୍ରୀଙ୍କ ନାମ ସତ୍ୟଭାମା କହଁର। ସେ ବର୍ତମାନ ଗୁରତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁସାରେ, ଲଗାଣ ବର୍ଷା ଯୋଗୁ ପାଣ୍ଡୁଲି ଗ୍ରାମରେ ଲାଇନ୍‌ ନ ଥିଲ। ଫଳରେ ଅନ୍ଧକାରରେ ବିମଳ ଓ ସତ୍ୟଭାମା ନିଜ ଘରେ ଶୋଇଥିଲେ। ରାତି ପ୍ରାୟ ୨ଟା ବେଳେ ଏକ ବିଷାକ୍ତ ସାପ ପ୍ରଥମେ ବିମଳଙ୍କ ହାତକୁ ଓ ପରେ ସତ୍ୟଭାମାଙ୍କ ହାତକୁ ମଧ୍ୟ କାମୁଡ଼ି ଦେଇଥିଲା । ଉଭୟ ହଠାତ୍‌ ଚିତ୍କାର କରି ଉଠିପଡ଼ିଥିଲେ ।

Advertisment

ଉଭୟଙ୍କ ଚିତ୍କାର ଶୁଣି ଘର ଲୋକେ ଉଠି ସାହିପଡ଼ିଶାଙ୍କ ସହାୟତାରେ ପ୍ରଥମେ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଉଭୟଙ୍କୁ ସେଠାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରି ଦେଇଥିଲେ। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ବିମଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସତ୍ୟଭାମା ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ତେବେ ସାପ ବିଷର ଜ୍ୱଳାଠୁ ତାଙ୍କୁ ଅଧିକ କଷ୍ଟ ଦେଉଛି ସ୍ୱାମୀଙ୍କ ଏପରି ଅଚାନକ ମୃତ୍ୟୁ। ଏହାକୁ ସେ ବରଦାସ୍ତ କରି ପାରୁ ନାହାନ୍ତି।

Deadbody Snake Bite