ଝିଅ ଜନ୍ମ ହୋଇଛି ବୋଲି ଖୁସି ଖବର ଦେବା ପାଇଁ ଫୋନ୍‌ କରିଥିଲେ ଶ୍ୟାମଳୀ; ହେଲେ ...

ସେପଟେ ଆଜି ରାଜ୍ୟରେ ଘଟିଥିବା ବଜ୍ରପାତରେ ଯାଇଛି ୭ ଜୀବନ। ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜାରେ ଜଣେ ମହିଳାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି।

Balugaon PhotoOR

ଗଛ ମୂଳରେ କାନ୍ଦୁଛନ୍ତି ଶ୍ୟାମଳୀ

Manoranjan Sial
  • Published: Monday, 31 July 2023
  • Updated: 31 July 2023, 10:49 PM IST

Sports

Latest News

ଝିଅ ଜନ୍ମ ହୋଇଛି ବୋଲି ଖୁସି ଖବର ଦେବା ପାଇଁ ସ୍ୱାମୀଙ୍କ ପାଖକୁ ଫୋନ୍‌ କରିଥିଲେ ଶ୍ୟାମଳୀ। ହେଲେ ମାଛ ଧରିବାକୁ ଯାଇଥିବା ସ୍ୱାମୀ ଫୋନ୍‌ ଉଠାଇ ନଥିଲେ। ତା’ପର ଦିନ ଚିଲିକାରେ ଭାସୁଥିବା ଡଙ୍ଗାରେ ପଡ଼ିଥିଲା ସ୍ୱାମୀ ଓ ଶ୍ୱଶୁରଙ୍କ ମୃତଦେହ। ବଜ୍ରପାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ରବିବାର ସନ୍ଧ୍ୟା ବେଳେ ବାଲୁଗାଁ ସନ୍ନ୍ୟାସୀ ନଗର ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ଉତ୍ତମ ବିଶ୍ୱାସ ଚିଲିକାକୁ ଯାଇଥିଲେ। ସେମାନେ କଳିଯୁଗେଶ୍ଵର ଓ ରାହାଣବେଲି ମଝିରେ ଡଙ୍ଗାରେ ମାଛ ଧରୁଥିଲେ। ଠିକ୍‌ ସେହି ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ବର୍ଷା ଓ ବଜ୍ରାପାତ ହୋଇଥିଲା। ଆଉ ସେହି ବଜ୍ରପାତରେ ବାପ-ପୁଅଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଡଙ୍ଗାରେ ପଡ଼ି ରହିଥିଲା।

ସେପଟେ ଆଜି ସକାଳେ ଉତ୍ତମଙ୍କ ପତ୍ନୀ ଶ୍ୟାମଳୀ କନ୍ୟା ସନ୍ତାନ ପ୍ରସବ କରିଥିଲେ। ପିଲା ଜନ୍ମ ପରେ ଖୁସି ଖବର ଜଣାଇବା ପାଇଁ ଶ୍ୟାମଳୀ ସ୍ୱାମୀଙ୍କ ପାଖକୁ ଫୋନ୍‌ କରିଥିଲେ। ହେଲେ ସେ ଫୋନ୍‌ ଉଠାଇ ନଥିଲେ। ବାରମ୍ୱାର ଫୋନ୍‌ କରି ନିରାଶ ହୋଇଥିଲେ ଶ୍ୟାମଳୀ। ଶେଷରେ କିଛି ଉପାୟ ନପାଇ ଚୁପ୍‌ ବସିଥିଲେ ଶ୍ୟାମଳୀ। ଠିକ୍‌ ସେହି ସମୟରେ କିଏ ଜଣେ ଆସି ପରିବାର ଲୋକଙ୍କୁ ଡାକି ନେଇଥିଲେ। ତା’ପରେ ଘରକୁ ଆସିଥିଲା ଛାତି ଫାଟି ଗଲା ପରି ଖବର।

Also Read

ଚିଲିକାରେ ଭାସୁଥିବା ଡଙ୍ଗାରେ ବିଧାନ ଓ ଉତ୍ତମଙ୍କ ମୃତଦେହ ପଡ଼ିଥିବା ଶୁଣିବାକୁ ପାଇଥିଲେ ଶ୍ୟାମଳୀ। କ୍ଷଣକ ଖୁସି ଭିତରେ ଆଖି ଆଗରେ ଘୋଟି ଆସିଥିଲା କଳା ବାଦଲ। ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ଶ୍ୟାମଳୀଙ୍କ ଛାତି ଫାଟି ଯାଇଥିଲା! ଆଖି ଆଗରେ ସ୍ୱାମୀ ଓ ଶ୍ୱଶୁରଙ୍କ ମୃତଦେହ ପଡ଼ିଥିବା ଦେଖି ବୁକୁ ଫଟାଇ କାନ୍ଦିଥିଲେ।

ସେପଟେ ଆଜି ରାଜ୍ୟରେ ଘଟିଥିବା ବଜ୍ରପାତରେ ଯାଇଛି ୭ ଜୀବନ। ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜାରେ ଜଣେ ମହିଳାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ଠିକ୍‌ ସେହି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଘୋଷରା ଗାଁରେ ବଜ୍ରପାତରେ ଜଣେ ନାବାଳିକା ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହାଟଡିହିରେ ବିଲରେ କାମ ବେଳେ ଚାଷୀଙ୍କ ଜୀବନ ଯାଇଛି। କଟକ ବାଙ୍କି ଡମପଡ଼ା ବ୍ଲକ ପଦନପୁର ଗାଁରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଚମ୍ପୁଆର ଇଚିଣ୍ଡା ଗାଁରେ ବିଲରେ କାମ କଲା ବେଳେ ଆଉ ଜଣେ ଚାଷୀଙ୍କ ଜୀବନ ଯାଇଛି।

ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି ଧୁବିଶିଲା ଗାଁରେ ଜଣେ ମହିଳା ବିଲରେ କାମ କଲା ବେଳେ ବଜ୍ରପାତ ହୋଇଥିଲା। ଆଉ ସେହି ବଜ୍ରପାତରେ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତଳ କାଁପଡ଼ାରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story