Accident
ଦିନ ତମାମ ଷ୍ଟିଲ୍ ସିଟିରେ ଘୂରି ବୁଲୁଥିଲେ ସ୍ୱାମୀ-ସ୍ତ୍ରୀ। ସନ୍ଧ୍ୟା ବେଳେ କ୍ଳାନ୍ତ ଶରୀରକୁ ଧରି ହସଖୁସିରେ ସ୍କୁଟିରେ ଘରକୁ ଫେରୁଥିଲେ। ହେଲେ ରାସ୍ତା ପାର୍ଶ୍ୱରେ ମୃତ୍ୟୁକୁ ହାବୁଡିଥିଲେ ଦମ୍ପତି। ହାଇୱାରେ ପିଟି ହୋଇଯାଇଥିଲେ ଦମ୍ପତି। ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସହ ମେଡ଼ିକାଲ୍ ବେଡ୍ ସଂଘର୍ଷ କରୁଛନ୍ତି ସ୍ତ୍ରୀ। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।
ହାତିବାଡି ଥାନା କୋକେରମା ବସ୍ତିର ୬୨ ବର୍ଷୀୟ ଏତୁଆ ବେକ ଓ ତାଙ୍କ ପତ୍ନୀ ଗୁଇନ୍ଦୀ ବେକ ଆଜି ସକାଳେ ନିଜ ସ୍କୁଟିରେ ରାଉରକେଲା ଯାଇଥିଲେ। ସେଠାରେ କାମ ସରିବା ପରେ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ପ୍ରାୟ ୭ଟା ବେଳେ ୧୪୩ ନମ୍ୱର ଜାତୀୟ ରାଜପଥର ଚୁଙ୍ଗି ଗେଟ୍ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ହାଇୱାକୁ ପଛପଟୁ ଧକ୍କା ଦେଇଥିଲା ସ୍କୁଟି। ଘଟଣା ସ୍ଥଳରେ ଏତୁଆ ବେକଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିଲେ ଗୁଇନ୍ଦୀ ବେକ।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି। ଅନ୍ୟପକ୍ଷରେ ବୀରମିତ୍ରପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ରିପୋର୍ଟ- ବୀରମିତ୍ରପୁରରୁ ରାକେଶ ସାହୁ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1697559535.jpg)