Advertisment

ନିଜକୁ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ୱାମୀ ଗୁରୁତର

ପାରିବାରିକ କଳହରୁ ଘଟିଲା ସାଂଘାତିକ କାଣ୍ଡ। ନିଆଁରେ ପୋଡ଼ିହୋଇ ଗୁରୁତର ହେଲେ ଦମ୍ପତି।

Fire

Fire

Advertisment

 ପାରିବାରିକ କଳହରୁ ଘଟିଲା ସାଂଘାତିକ କାଣ୍ଡ। ନିଆଁରେ ପୋଡ଼ିହୋଇ ଗୁରୁତର ହେଲେ ଦମ୍ପତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଗାଁରେ ଗତ ରାତିରେ ଘଟିଛି ଏପରି ଅଭାବନୀୟ ଘଟଣା । ଗୁରୁତରଦ୍ୱୟ ହେଲେ କଠକଟାର ସଞ୍ଜୟ ହୋ ଓ ତାଙ୍କ ପତ୍ନୀ ସସ୍ମିତା ହୋ ।

Advertisment

ଗତ କିଛି ଦିନ ହେବ ସଞ୍ଜୟ ଓ ସସ୍ମିତାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା କୁହାଯାଉଛି। ଉଭୟଙ୍କ ମଧ୍ୟରେ ଗତ ରାତିରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ହୋଇ ସସ୍ମିତା ପ୍ରଥମେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ପତ୍ନୀଙ୍କ ରକ୍ଷା କରିବାକୁ ଯାଇ ସଞ୍ଜୟ ବି ପୋଡ଼ି ଯାଇଥିଲେ।

ମାତ୍ର ବିଳମ୍ବିତ ରାତିରେ ଘରୁ ଚିତ୍କାର ଶୁଭିବାରୁ ପଡ଼ୋଶୀ ସେଠାରେ ପହଞ୍ଚିଥିଲେ। ଉଭୟ ଜଳୁଥିବା ଦେଖି ସେମାନେ ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ତତ୍‌କ୍ଷଣାତ ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment
Keonjhar Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe