Advertisment

ରାସ୍ତା ଉପରେ ଜଳିଗଲା ହାଇୱା; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର

ଆଜି ଦିନ ଦେଢଟା ବେଳ ବାଙ୍ଗିରିପୋଷୀ-କଳାବାଡିଆ ରାସ୍ତା ଧଡାଙ୍ଗୀର ଛକରେ ହାଇୱାରେ ନିଆଁ ଲାଗି ଯାଇଥିଲା। ହାଇୱାରେ ପିଚୁ ଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପୀ ଯାଇଥିଲା।

author-image
Manoranjan Sial
Baripada

Baripada

ବିଚ୍‌ ରାସ୍ତା ଉପରେ ଜଳିଗଲା ହାଇୱା। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର। ତେବେ କେଉଁ କାରଣରୁ ନିଆଁ ଲାଗିଥିଲା, ତାହା ଜଣାପଡ଼ି ନାହିଁ। ଆଜି ଅପରାହ୍ନରେ ଏପରି ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ-କଳାବାଡିଆ ରାସ୍ତାରେ ଘଟିଛି।

Advertisment

ଆଜି ଦିନ ଦେଢଟା ବେଳ ବାଙ୍ଗିରିପୋଷୀ-କଳାବାଡିଆ ରାସ୍ତା ଧଡାଙ୍ଗୀର ଛକରେ ହାଇୱାରେ ନିଆଁ ଲାଗି ଯାଇଥିଲା। ହାଇୱାରେ ପିଚୁ ଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପୀ ଯାଇଥିଲା। ଖବର ପାଇ ବାଙ୍ଗିରିପୋଷୀ ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ହାଇୱାଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ସୌଭାଗ୍ୟକୁ ଡ୍ରାଇଭର ଓ ହେଲ୍‌ପର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ କେଉଁ କାରଣରୁ ହାଇୱାରେ ନିଆଁ ଲାଗିଲା, ତାହା ଜଣାପଡ଼ି ନାହିଁ।

ହାଇୱାରେ ନିଆଁ ଲାଗିଥିବାରୁ ସେହି ରାସ୍ତାରେ ଯିବା ଆସିବା ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ପ୍ରାୟ ଘଣ୍ଟାଏ ପରେ ନିଆଁ ଲିଭିବା ପରେ ଯାତାୟତ ସ୍ୱଭାବିକ ହୋଇଛି।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada Fire Mishap