Advertisment

ଏସ୍‌ସିବିରେ କ୍ରେନ୍‌ ଭାଙ୍ଗି ୩ ଗୁରୁତର

ଏସ୍‌ସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍‌ ଭାଙ୍ଗିଗଲା। କ୍ରେନ୍ ଭାଙ୍ଗି ପଡ଼ି ଯିବାରୁ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
ACB

ACB

Advertisment

କଟକ ଏସସିବିରେ ବଡ଼ ଅଘଟଣ। ନିର୍ମାଣ କାମ ଚାଲିଥିବା ବେଳେ କ୍ରେନ୍ ଭାଙ୍ଗି ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ତୁରନ୍ତ ଏସସିବି କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। କଟକ ବଡ଼ ମେଡିକାଲର ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି।

Advertisment

ଏସସିବି ପରିସରରେ ଥିବା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟରେ ଏକ ୧୦ ମହଲା ବିଶିଷ୍ଟ କୋଠାର ନିର୍ମାଣ କାମ ଚାଲିଥିଲା। ଏହି ସମୟରେ କ୍ରେନ୍ ଦ୍ୱାରା ଉପରକୁ ଭାରି ଜିନିଷ ଉଠାଯାଉଥିବା ବେଳେ ହଠାତ କ୍ରେନଟି ମଝିରୁ ଭାଙ୍ଗି ଯାଇଥିଲା। ଫଲରେ ତଳେ ଥିବା ୩ ଜଣ ଶ୍ରମିକଙ୍କ ଉପରେ ପଡ଼ିବାରୁ ସେମାନେ ଗୁରୁତର ଆହତ ହୋଇଥିଲେ।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe