Advertisment

ରାସ୍ତାରେ ଯାଉଥିବା ଲୋକଙ୍କୁ ଦଂଶିଦେଲେ ବାଘୁଆ ମହୁମାଛି

ବାଘୁଆ ମହୁମାଛିଙ୍କ ବିଷାକ୍ତ ଦଂଶନରେ ଗୁରୁତର ହୋଇଥିବା ୭ଜଣଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନେ ଚିକିତ୍ସାଧୀନ ଥିବା ଜଣାଯାଇଛି।

Bees Attack

Bees Attack

Advertisment

ରାସ୍ତାରେ ଯାଉଥିବା ଲୋକଙ୍କୁ ଦଂଶିଦେଲେ ବାଘୁଆ ମହୁମାଛି। ଯାହାଫଳରେ କିଛି ସ୍କୁଲ ଛାତ୍ରଙ୍କ ସମେତ ଗାଁ ଲୋକେ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଞ୍ଚଳରେ ଘଟିଛି। ଯେଉଁଥିପାଇଁ ସେହି ରାସ୍ତା ଶୂନ୍‌ଶାନ୍‌ ହୋଇଯାଇଥିଲା।

Advertisment

ବୁଧବାର ସକାଳେ ବାଘୁଆ ମହୁମାଛି ପଲ ବେତନଟୀ ବ୍ଲକ ବୈଦପୁର ହାଟପଡିଆ ଗାଁ ରାସ୍ତା ଅତିକ୍ରମ କରୁଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ବିନ୍ଧିଥିଲେ। ବାଘୁଆ ମହୁମାଛି ଆକ୍ରମଣରେ ଦୁଇ ସ୍କୁଲ ଛାତ୍ରଙ୍କ ସମେତ କୁରାଢ଼ିକ ଗାଁର କିରଣ ମହାନ୍ତ ଓ ଶୁଭମ ମହାନ୍ତ, ବୈଦପୁର ଗ୍ରାମର ଦୁର୍ଗା ସିଂ, ମେର୍ଦା ଗ୍ରାମର ଦୀପିକା ଡଗରା, ଯୁଗଳ ଗ୍ରାମର ରାଜେନ୍ଦ୍ର ଧାଉଁଡିଆ, ସାତପଉଟିଆ ଗ୍ରାମର ଇନ୍ଦ୍ରଜିତ ସାହୁ ଏବଂ ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ଗୁରୁତର ଆହତ ହୋଇଥିଲେ।

ବାଘୁଆ ମହୁମାଛିଙ୍କ ବିଷାକ୍ତ ଦଂଶନରେ ଗୁରୁତର ହୋଇଥିବା ୭ଜଣଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନେ ଚିକିତ୍ସାଧୀନ ଥିବା ଜଣାଯାଇଛି। ତେଣୁ ବୈଦପୁର ରାସ୍ତାରେ ଆଜି ସକାଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe