Advertisment

ଆମେରିକାରେ ଛାତ୍ରୀଙ୍କ ମୃତ୍ୟୁ ସମୟରେ ହସୁଥିଲା ପୁଲିସ, ତଦନ୍ତ ଦାବି କଲା ଭାରତ

ଆମେରିକାରେ ପୁଲିସ କାର୍ ଧକ୍କାରେ ଛାତ୍ରୀ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କଲା ଭାରତ।

Died Indian Student File Image

Died Indian Student File Image

Advertisment

ଆମେରିକାରେ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ଭାରତ। ସଡକ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ନେଇ ଏବେ ଏକ ଭିଡିଓ ପ୍ରକାଶ ପାଇବା ପରେ ଏହି ଦାବି କରାଯାଇଛି। ଧକ୍କା ଦେଇଥିବା କାରରେ ଥିବା ପୁଲିସ କାହିଁକି ଦୁର୍ଘଟଣା ପରେ ହସି ହସି ଥଟ୍ଟା କରୁଥିଲେ, ତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଛି ଭାରତ।

Advertisment

ଭାରତର ଜାହ୍ନବୀ କାଣ୍ଡୁଲା(23) ଆମେରିକାରେ ମାଷ୍ଟର୍ ଡିଗ୍ରୀ କରୁଥିଲେ। ଜାନୁଆରୀରେ ସିଆଟେଲର ଏକ ରାସ୍ତାରେ ଯାଉଥିବା ସମୟରେ ଏକ ପୁଲିସ କାର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଜାହ୍ନବୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଦୁର୍ଘଟଣା ସମୟର ଏକ ଭିଡିଓ ଭାଇରାଲ୍ ହେଉଛି। ସୋମବାର ସିଆଟେଲ ପୁଲିସ ବିଭାଗ ଏହି ଦୁର୍ଘଟଣା ସମୟର ଏକ ଭିଡିଓ ପ୍ରକାଶ କରିଛି। ଦୁର୍ଘଟଣା ସମୟରେ ଅଧିକାରୀ କେଭିନ ଡେଭ କାର୍ ଚଲାଉଥିଲେ।

କାରରେ ଥିବା ସିଆଟେଲ ପୁଲିସ୍ ଅଫିସର୍ ଗିଲ୍ଡ ଉପାଧ୍ୟକ୍ଷ ଡାନିଏଲ୍ ଅଡେରର୍ ଗିଲ୍ଡ ଅଧ୍ୟକ୍ଷଙ୍କ ସହ କଲରେ ଦୁର୍ଘଟଣା ବିଷୟରେ ଆଲୋଚନା କରିଥିଲେ। ଦୁର୍ଘଟଣା ବିଷୟରେ ସେ କହିବା ସମୟରେ ହସି ହସି ଥଟ୍ଟା କରୁଥିବା ଭିଡିଓ କ୍ଲିପରେ ଶୁଣିବାକୁ ମିଳୁଛି। ସିଆଟେଲ ଟାଇମ୍ସ ଖବରକାଗଜ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ସମୟରେ ଗାଡିର ବେଗ ଘଣ୍ଟା ପ୍ରତି ପ୍ରାୟ 120 କିଲୋମିଟର ଥିଲା।

Advertisment

ଏପରି ଏକ ଦୁର୍ଭାଗ୍ୟଜନକ ଘଟଣାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଦାବି କରିଛି ଭାରତ। ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ଘଟଣାକୁ ଅତ୍ୟନ୍ତ କଷ୍ଟଦାୟକ ବୋଲି କହିଛନ୍ତି। ସେ କହିଛନ୍ତି କନସୁଲେଟ୍ ଏବଂ ଦୂତାବାସ ଘଟଣାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ଉପରେ ତୀକ୍ଷଣ ନଜର ରଖିବେ। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Accident News US Cop Laughing Indian Student’s Death Indian Student Died In US
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe