Advertisment

ଜିମ୍ୱାୱେ ବିମାନ ଦୁର୍ଘଟଣା: ଖଣି ମାଲିକ ହରପାଲ ରନ୍ଧୱା ଓ ପୁଅ ମୃତ

ସେପ୍ଟେମ୍ବର ୨୯ରେ ଦକ୍ଷିଣ ପଶ୍ଚିମ ଜିମ୍ବାୱେରେ ଥିବା ଏକ ହୀରା ଖଣି ନିକଟରେ ଦୁର୍ଘଟଣାରେ ଦୁହିଁଙ୍କର ଜୀବନ ଚାଲିଯାଇଛି।

ଅଦ୍ୟତନ ହୋଇଛି
 Harpal Randhawa File photo

Harpal Randhawa File photo

Advertisment

ଜିମ୍ବାୱେରେ ଘଟିଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ଜଣଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ଅରବପତି ତଥା ଖଣି ଟାଇକନ୍ ହରପାଲ ରନ୍ଧୱା ଏବଂ ତାଙ୍କର ୨୨ ବର୍ଷୀୟ ପୁଅ ଅମେର। ସେପ୍ଟେମ୍ବର ୨୯ରେ ଦକ୍ଷିଣ ପଶ୍ଚିମ ଜିମ୍ବାୱେରେ ଥିବା ଏକ ହୀରା ଖଣି ନିକଟରେ ଦୁର୍ଘଟଣାରେ ଦୁହିଁଙ୍କର ଜୀବନ ଚାଲିଯାଇଛି। 

Advertisment

ଏହି ବ୍ୟକ୍ତିଗତ ବିମାନରେ ରନ୍ଧୱା ବାପ-ପୁଅଙ୍କ ସମେତ ୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏଥିରେ ଭାରତର କୋଟିପତି ବ୍ୟବସାୟୀ ହରପାଲଙ୍କ ସମେତ ତାଙ୍କ ୨୨ ବର୍ଷୀୟ ପୁଅର ମୃତ୍ୟୁ ଘଟିଥିବା ପିଟିଆଇ ରିପୋର୍ଟ କରିଛି। 

Advertisment

ଉଲ୍ଲେଖଯୋଗ୍ୟ, ସୁନା ଓ କୋଇଲା ଉତ୍ପାଦନ କରିବା ସହିତ ନିକେଲ ଏବଂ କପର ବିଶୋଧନ କରୁଥିବା ବିବିଧ ଖଣି କମ୍ପାନୀ RioZim ର ମାଲିକ ଥିଲେ ହରପାଲ ରନ୍ଧୱା। ସେ ୪୦୦ କୋଟି ଡଲାରର ବ୍ୟକ୍ତିଗତ ଇକ୍ୱିଟି ବ୍ୟବସାୟ GEM ହୋଲଡିଂ ପ୍ରତିଷ୍ଠା କରିଥିଲେ।

RioZim ମାଲିକାନାରେ ଥିବା ଏକ ସେସନା ୨୦୬ ବିମାନରେ ଖଣି ଟାଇକନ୍ ଏବଂ ତାଙ୍କ ପୁଅ ଯାତ୍ରା କରୁଥିଲେ। ସେମାନେ ହାରାରେରୁ ମୁରୋୱା ହୀରା ଖଣି ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।

ରନ୍ଧୱାଙ୍କ ବନ୍ଧୁ ଚଳଚ୍ଚିତ୍ର ନିର୍ମାତା ହୋପୱେଲ ଚିନ୍ନୋ, ଏକ୍ସ(ପୂର୍ବର ଟ୍ୱିଟର)ରେ ତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି। 

Plane Crash Harpal Randhawa Harpal Randhawa Son Died Zimbabwe Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe