Advertisment

ମଝି ଆକାଶରେ ଯାତ୍ରୀଙ୍କର ହେଲା ରକ୍ତ ବାନ୍ତି, ବିମାନ କଲା ଜରୁରୀ ଅବତରଣ

ଦେବାନନ୍ଦ ତିୱାରୀ ନାମକ ୬୨ ବର୍ଷୀୟ ଯାତ୍ରୀଜଣକ ଅସ୍ୱସ୍ତିକର ଅନୁଭବ କରିବା ସହ ତାଙ୍କର ରକ୍ତ ବାନ୍ତି ହୋଇଥିଲା। ଏହାପରେ ନାଗପୁରରେ ବିମାନକୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଥିଲ।

author-image
Niharika Rout
Indigo Flight

Indigo Flight

ମଝି ଆକାଶରେ ବିମାନରେ ଯାତ୍ରୀଙ୍କର ହେଲା ରକ୍ତ ବାନ୍ତି। ଏହାପରେ ବିମାନକୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଥିଲା। ହେଲେ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ଗୁରୁତର ଯାତ୍ରୀଜଣଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ପାରିଲାନି।

Advertisment

ଗତକାଲି ମୁମ୍ବାଇରୁ ଏକ ଇଣ୍ଡିଗୋ ବିମାନ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିଲା। ଉକ୍ତ ସମୟରେ ଦେବାନନ୍ଦ ତିୱାରୀ ନାମକ ୬୨ ବର୍ଷୀୟ ଯାତ୍ରୀଜଣକ ଅସ୍ୱସ୍ତିକର ଅନୁଭବ କରିବା ସହ ତାଙ୍କର ରକ୍ତ ବାନ୍ତି ହୋଇଥିଲା। ଏହାପରେ ନାଗପୁରରେ ବିମାନକୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଥିଲ।

ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା ଜଣାଯାଇଛି।

Advertisment

ଏହାପରେ ବିମାନଟି ଯାତ୍ରୀଙ୍କୁ ଧରି ନାଗପୁରରୁ ରାଞ୍ଚି ଅଭିମୁଖେ ଉଡ଼ି ଯାଇଥିଲା।

Deadbody