Advertisment

ମା’ କୋଳରେ ଶୋଇଥିଲା ଛୁଆ, କାମୁଡ଼ି ଦେଲା ସାପ

ଦୁନିଆ କ’ଣ ଜାଣିବା ପୂର୍ବରୁ କାଳ ଭଳି ଘୋଟି ଆସିଲା ବିଷାକ୍ତ ସାପ । ଆଉ ସାପ ଚୋଟରେ ଆଖି ବୁଜିଲା ମା’ କୋଳରେ ଶୋଇଥିବା ୪ ମାସର ଶିଶୁ କନ୍ୟା।

author-image
Niharika Rout
Infant

Infant

ଦୁନିଆ କ’ଣ ଜାଣିବା ପୂର୍ବରୁ କାଳ ଭଳି ଘୋଟି ଆସିଲା ବିଷାକ୍ତ ସାପ । ଆଉ ସାପ ଚୋଟରେ ଆଖି ବୁଜିଲା ମା’ କୋଳରେ ଶୋଇଥିବା ୪ ମାସର ଶିଶୁ କନ୍ୟା। ଏପରି ଏକ ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅଧୀନ ରଟୁଆଁ ଗାଁରେ ଘଟିଛି।

Advertisment

ରଟୁଆଁ ଗାଁର ଚନ୍ଦନ ମାଝୀଙ୍କର ୪ ମାସ ପୂର୍ବେ ଏକ କନ୍ୟା ସନ୍ତାନ ହୋଇଥିଲା। ପିଲାଟିକୁ ପାଇ ବାପାମା’ ବେଶ୍‌ ଖୁସି ଥିଲେ। ମାତ୍ର ସେମାନଙ୍କ ଖୁସିକୁ ସହିଲାନି ଦଇବ । ଛୁଆଟି ଉପରେ ଦାଉ ସାଧିଲା ଦଇବ ।

ଗତ ରାତିରେ ପିଲାଟି ମା’ କୋଳରେ ଶୋଇଥିଲା। ହଠାତ୍‌ ପିଲାର ଚିତ୍କାର ଶୁଣି ମା’ ଉଠି ସାପଟି ଯାଉଥିବା ଦେଖିବାକୁ ପାଇଥିଲା। ଏହାପରେ ତୁରନ୍ତ ପିଲାଟିକୁ ପରିବାର ଲୋକେ ଆନନ୍ଦପୁର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Advertisment

ପିଲାଟିର ଏପରି ମୃତ୍ୟୁରେ ବାପାମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି।

Infant Snake Bite