Advertisment

ହଷ୍ଟେଲ ଛାତରୁ ପଡ଼ି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ସେ ଆଇଟିଆଇର ପ୍ରଥମ ବର୍ଷର ଛାତ୍ର ଥିଲେ।

author-image
Jitendra Garnayak
Hostel

Hostel

ହଷ୍ଟେଲ ଛାତରୁ ପଡ଼ି ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ରାଉରକେଲାର ଜଗଦା ସ୍ଥିତ ଏକ ଘରୋଇ ITIର ହଷ୍ଟେଲରେ ଘଟିଛି ଏହି ଘଟଣା।

Advertisment

ମୃତ ଛାତ୍ରଙ୍କ ନାଁ ଅତୁଲ୍ୟମ ଜୋଜୋ। ସେ ଆଇଟିଆଇର ପ୍ରଥମ ବର୍ଷର ଛାତ୍ର ଥିଲେ। ତାଙ୍କ ଘର ହାତୀବାରି ବଂଶଯୋର ଗାଁରେ। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏମିତି ଏକ ଘଟଣା ଘଟିଲା, ତାହା ଜଣାପଡ଼ିନାହିଁ। ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ନା ହତ୍ୟା, ତାହା ପୁଲିସର ତଦନ୍ତ ପରେ ଜଣାପଡ଼ିବ। 

ଘଟଣା ସଂପର୍କରେ ପୁଲିସ୍ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ପ୍ରାଥମିକ ତଦନ୍ତ ପରେ ଘଟଣା ସଂପର୍କରେ ପୁଲିସ୍ ପ୍ରତିକ୍ରିୟା ଦେବ ବୋଲି କହିଛି।ଅନ୍ୟପକ୍ଷରେ ଅତ୍ୟୁଲମ୍‌ଙ୍କ ରୁମ୍‌ମେଟ୍‌ମାନଙ୍କ ସୂଚନା ଅନୁଯାୟୀ, ସେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ରୁମ୍ ବାହାରକୁ ଯାଇଥିଲେ। ସେ କେଉଁଠାକୁ ଯାଉଛନ୍ତି, ସେ ନେଇ କାହାକୁ କିଛି କହି ନଥିଲେ। ରାତିରେ ସେ ରୁମ୍‌କୁ ଫେରି ନଥିଲେ। ଆଉ ସକାଳେ ସେମାନେ ଅତ୍ୟୁଲମଙ୍କ ମୃତ୍ୟୁ ଖବର ପାଇଥିଲେ।

Advertisment

ଅତୁଲ୍ୟମଙ୍କ ସହପାଠୀମାନଙ୍କ କହିବା କଥା ସେ କୌଣସି ପ୍ରକାର ମାନସିକ ଚାପରେ ଥିବା ଭଳି ଲାଗୁ ନଥିଲେ। ତାଙ୍କ ଉପରେ ପାଠର ମଧ୍ୟ ଚାପ ନଥିଲା।  

Accident