Advertisment

୧୧ ଜଣଙ୍କୁ କାମୁଡ଼ିଲା ପାଗଳ ବିଲୁଆ

ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Hospital

Hospital

Advertisment

ଏକ ପାଗଳ ବିଲୁଆ ଗାଁ ଭିତରକୁ ଚାଲି ଆସି ୧୧ ଜଣଙ୍କ କାମୁଡ଼ି ଦେଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସିଆଁରୀ ଓ ବେଲଦା ଗାଁରେ ।

Advertisment

ଆହତଙ୍କ ମଧ୍ୟରେ ଅଛନ୍ତି ଚୈତନ୍ୟ ପାତ୍ର (୬୫), ଗଜେନ୍ଦ୍ର ଜେନା (୮୫), କବିତା ପାତ୍ର (୪୦), ପଣ୍ଡରୀ ମିଶ୍ର (୪୨), ଶାନ୍ତିଲତା ପ୍ରଧାନ (୭୫), ସୁଲୋଚନା ପ୍ରଧାନ (୩୫) ଓ ବାସନ୍ତୀ ପାତ୍ର (୪୦)।

ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜଳେଶ୍ୱରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

Advertisment

ବିଲୁଆଟି ଆଜି ଅପରାହ୍ନରୁ ସନ୍ଧ୍ୟା ଭିତରେ ଗାଁର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରିଥିଲା। ବେଲଦା ଗାଁରେ ଏହା ୨୫ରୁ ଅଧିକ ଗାଈଗୋରୁଙ୍କୁ ମଧ୍ୟ କାମୁଡ଼ି ଥିବା ଜଣାପଡ଼ିଛି। ପରେ ଗାଁ ଲୋକେ ପାଗଳ ବିଲୁଆକୁ କାବୁ କରିଥିଲେ।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe