Advertisment

ଜମ୍ମୁ-ତୱି ଏକ୍ସପ୍ରେସ ଲାଇନଚ୍ୟୁତ

ଆଜି ଟ୍ରେନଟି ପୁନର୍ବାର ଯାତ୍ରା ଆରମ୍ଭ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି

ଅଦ୍ୟତନ ହୋଇଛି
Train

Train

Advertisment

ସମ୍ବଲପୁର ଷ୍ଟେସନର ୱାସିଂ ଲାଇନରେ  ଜମ୍ମୁ-ତୱି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଟ୍ରେନଟି ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଷ୍ଟେସନ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇବା ପରେ ଧୁଆ ହେବାକୁ କ୍ଷେତରାଜପୁର ୱାସିଂ ଲାଇନକୁ ଯାଉଥିଲା। ଏହି ସମୟରେ ଟ୍ରେନର ପ୍ୟାଣ୍ଟ୍ରିକାର ବଗିଟି ଲାଇନଚ୍ୟୁତ ହୋଇଥିଲା।

Advertisment

ରେଳବାଇ ପକ୍ଷରୁ ତୁରନ୍ତ ଉଦ୍ଧାରକାର୍ଯ୍ୟ କରାଯାଇ ଟ୍ରେନକୁ ଟ୍ରାକକୁ ଅଣାଯାଇଥିଲା। ତେବେ ଟ୍ରେନରେ ଯାତ୍ରୀ ନଥିବାରୁ କୌଣସି ମୃତାହତର ସୂଚନା ନାହିଁ। ଆଜି ଟ୍ରେନଟି ପୁନର୍ବାର ଯାତ୍ରା ଆରମ୍ଭ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। କେଉଁ କାରଣ ପାଇଁ ଟ୍ରେନଟି ଲାଇନଚ୍ୟୁତ ହେଲା ରେଳବାଇ ପକ୍ଷରୁ ତଦନ୍ତ କରାଯାଇଛି।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe