Advertisment

କାଞ୍ଜିପାଣି ଘାଟିରେ ଯାତ୍ରା ପାର୍ଟି ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ଟ୍ରକ୍‌ରେ ଯାତ୍ରା ପାର୍ଟିର ଜିନିଷପତ୍ର ସହିତ ମୋଟ ୧୨ ଜଣ ଲୋକ ଥିଲେ।

Accident

Accident

Advertisment

କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଏକ ଯାତ୍ରା ପାର୍ଟି ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଆହତମାନେ ହେଉଛନ୍ତି- ଝୁଣ୍ଟୁ ମୁଦୁଲି, ଦୁର୍ଜନ ମାଝି, କାହ୍ନା ପାତ୍ର ଓ ବାଦଲ ମାଝି। ସମସ୍ତଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱରର ତାରିଣୀ ଗଣନାଟ୍ୟ ନାମକ ଏକ ଯାତ୍ରା ପାର୍ଟି ତେଲକୋଇ ଥାନା ଅନ୍ତର୍ଗତ ଦୁଲ୍ଲଭପୁର ଗାଁକୁ ଯାତ୍ରା ପରିବେଷଣ କରିବା ପାଇଁ ଆବଶ୍ୟକ ଜିନିଷ ଟ୍ରକ୍‌ ଯୋଗେ ପଠାଇଥିଲା। ତେବେ କାଞ୍ଜିପାଣି ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Advertisment

ଟ୍ରକ୍‌ଟି ଘାଟିର ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ କରାଯାଇଥିବା ସୁରକ୍ଷା ବାଡ଼ରେ ଚଢ଼ି ଯାଇଥିଲା। ଟ୍ରକ୍‌ଟିରେ ଯାତ୍ରା ପାର୍ଟିର ଜିନିଷପତ୍ର ସହିତ ୧୨ ଜଣ ଲୋକ ସବାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି।

ତେଲକୋଇରୁ ଚିନ୍ମୟ କୁମାର ସାହୁଙ୍କ ରିପୋର୍ଟ

Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe