ମାଲକାନଗିରି ଜିଲ୍ଲା ଚମ୍ପାଖାରି ନିକଟରେ ଗତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ଡିଭିଏଫ ଯବାନ ବିଶ୍ୱନାଥ ମାଡକାମି ।। ଆହତ ତିନି ଜଣ ହେଉଛନ୍ତି କୋତାମେଟା ଗ୍ରାମର ସୁନା ଧର କୋପେ, ବଳରାମ ପୂଜାରୀ ଓ ବଳ ପୁଟିଆ ।
ମାଲକାନଗିରି ରିଜର୍ଭ ପୁଲିସରେ କାର୍ଯ୍ୟରତ ଥିବା ବିଶ୍ୱନାଥ ମାଡକାମି ନିଜର ଡ୍ୟୁଟି ସାରି ପଦରପାଲିଠାରେ ଥିବା ନିଜ ଘରକୁ ଫେରୁଥିଲେ। ମାତ୍ର ଘରେ ପହଞ୍ଚିବା ପୂର୍ବରୁ ଚମ୍ପାଖାରି ନିକଟରେ ଏହି ସଡକ ଦୁର୍ଘଟଣା ହୋଇଛି ।
ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ଟି ବିଶ୍ୱନାଥ ମାଡକାମିଙ୍କ ବାଇକ୍କୁ ପିଟିଥିଲା। ଉକ୍ତ ବାଇକ୍ରେ ୩ ଜଣ ଥିଲେ। ଏହି ଦୁର୍ଘଟଣାରେ ଉଭୟ ବାଇକ୍ର ୪ ଜଣ ଛିଟିକି ଦୂରରେ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ବିଶ୍ୱନାଥ ମାଡକାମିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।
ମାଲକାନଗିରି ଆଦର୍ଶ ଥାନା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ପୁଲିସ୍ ମୃତ ଡିଭିଏଫ ଯବାନଙ୍କ ମୃତଦେହ ଉଦ୍ଧାର କରିବା ସହ ଓ ଆହତମାନଙ୍କୁ ଜିଲ୍ଲା ସଦର ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଛି । ମାଲକାନଗିରି ଏସପି ନିତେଶ ୱାଦୱାନି ମଧ୍ୟ ମେଡିକାଲ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।