ଘରେ ପହଞ୍ଚି ପାରିଲେନି ଯବାନ; ବାଇକ୍‌ ଧକ୍କାରେ ଗଲା ଜୀବନ

ମାଲକାନଗିରି ରିଜର୍ଭ ପୁଲିସରେ କାର୍ଯ୍ୟରତ ଥିବା ବିଶ୍ୱନାଥ ମାଡକାମି ନିଜର ଡ୍ୟୁଟି ସାରି ପଦରପାଲିଠାରେ ଥିବା ନିଜ ଘରକୁ ଫେରୁଥିଲେ। ମାତ୍ର ଘରେ ପହଞ୍ଚିବା ପୂର୍ବରୁ ଚମ୍ପାଖାରି ନିକଟରେ ଏହି ସଡକ ଦୁର୍ଘଟଣା ହୋଇଛି ।

ବିଶ୍ୱନାଥ ମାଡକାମି । (ଫାଇଲ ଫଟୋ)

  • Published: Monday, 10 July 2023
  • , Updated: 10 July 2023, 08:18 AM IST

ମାଲକାନଗିରି ଜିଲ୍ଲା ଚମ୍ପାଖାରି ନିକଟରେ ଗତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ଡିଭିଏଫ ଯବାନ ବିଶ୍ୱନାଥ ମାଡକାମି ।। ଆହତ ତିନି ଜଣ ହେଉଛନ୍ତି କୋତାମେଟା ଗ୍ରାମର ସୁନା ଧର କୋପେ, ବଳରାମ ପୂଜାରୀ ଓ ବଳ ପୁଟିଆ ।

ମାଲକାନଗିରି ରିଜର୍ଭ ପୁଲିସରେ କାର୍ଯ୍ୟରତ ଥିବା ବିଶ୍ୱନାଥ ମାଡକାମି ନିଜର ଡ୍ୟୁଟି ସାରି ପଦରପାଲିଠାରେ ଥିବା ନିଜ ଘରକୁ ଫେରୁଥିଲେ। ମାତ୍ର ଘରେ ପହଞ୍ଚିବା ପୂର୍ବରୁ ଚମ୍ପାଖାରି ନିକଟରେ ଏହି ସଡକ ଦୁର୍ଘଟଣା ହୋଇଛି ।

ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ଟି ବିଶ୍ୱନାଥ ମାଡକାମିଙ୍କ ବାଇକ୍‌କୁ ପିଟିଥିଲା। ଉକ୍ତ ବାଇକ୍‌ରେ ୩ ଜଣ ଥିଲେ। ଏହି ଦୁର୍ଘଟଣାରେ ଉଭୟ ବାଇକ୍‌ର ୪ ଜଣ ଛିଟିକି ଦୂରରେ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ବିଶ୍ୱନାଥ ମାଡକାମିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।

ମାଲକାନଗିରି ଆଦର୍ଶ ଥାନା ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ପୁଲିସ୍‌ ମୃତ ଡିଭିଏଫ ଯବାନଙ୍କ ମୃତଦେହ ଉଦ୍ଧାର କରିବା ସହ ଓ ଆହତମାନଙ୍କୁ ଜିଲ୍ଲା ସଦର ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଛି । ମାଲକାନଗିରି ଏସପି ନିତେଶ ୱାଦୱାନି ମଧ୍ୟ ମେଡିକାଲ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।

Related story