/odisha-reporter/media/post_attachments/uploadimage/library/16_9/16_9_0/Dead_1735462087.jpg)
Dead
ମହୁମାଛି ଆକ୍ରମଣରେ ଆଜି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବିଶ୍ୱନାଥ ମୁର୍ମୁ। ସେ ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ୍ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟ କରୁଥିଲେ।
Advertisment
ମୃତ ଜେଇ ବିଶ୍ୱନାଥ ମୁର୍ମୁଙ୍କ ଘର ବାରିପଦାରେ। ସେ ମହୁଲଡ଼ିହା ସ୍ଥିତ ସରକାରୀ ଘରେ ଏକା ରହୁଥିଲେ। ଆଜି ସକାଳେ ସେ ବଜାରକୁ ଯାଇଥିଲେ।ବଜାରରୁ ଘରକୁ ଫେରି ଗେଟ୍ ଖୋଲିବା ବେଳେ ତାଙ୍କୁ ମହୁମାଛିମାନେ ଅତର୍କିତ ଆକ୍ରମଣ କରିଥିଲେ।
ସ୍ଥାନୀୟ ଲୋକେ ବିଶ୍ୱନାଥଙ୍କୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Advertisment
ସେହିପରି ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଛି। ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
