Advertisment

ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ

ସ୍ଥାନୀୟ ଲୋକେ ବିଶ୍ୱନାଥଙ୍କୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଦ୍ୟତନ ହୋଇଛି
Dead

Dead

Advertisment

ମହୁମାଛି ଆକ୍ରମଣରେ ଆଜି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବିଶ୍ୱନାଥ ମୁର୍ମୁ। ସେ ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ୍ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟ କରୁଥିଲେ। 

Advertisment

ମୃତ ଜେଇ ବିଶ୍ୱନାଥ ମୁର୍ମୁଙ୍କ ଘର ବାରିପଦାରେ। ସେ ମହୁଲଡ଼ିହା ସ୍ଥିତ ସରକାରୀ ଘରେ ଏକା ରହୁଥିଲେ। ଆଜି ସକାଳେ ସେ ବଜାରକୁ ଯାଇଥିଲେ।ବଜାରରୁ ଘରକୁ ଫେରି ଗେଟ୍ ଖୋଲିବା ବେଳେ ତାଙ୍କୁ ମହୁମାଛିମାନେ ଅତର୍କିତ ଆକ୍ରମଣ କରିଥିଲେ। 

ସ୍ଥାନୀୟ ଲୋକେ ବିଶ୍ୱନାଥଙ୍କୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସେହିପରି ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଛି। ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Honey Bee Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe