Advertisment

ମହାନଦୀ ଡଙ୍ଗା ବୁଡ଼ି ଘଟଣା; ସକାଳୁ ମିଳିଲାଣି ୬ ମୃତଦେହ, ଜଣେ ଏବେବି ନିଖୋଜ

ଗତକାଲି ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବାବେଳେ ମହାନଦୀରେ ଡଙ୍ଗା ବୁଡ଼ିଯାଇଥିଲା।

Drowning

Drowning

Advertisment

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟରେ ଥିବା ମହାନଦୀରେ ବୋଟ୍ ଟ୍ରାଜେଡି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନରେ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ଜଣେ  ନିଖୋଜ ଅଛନ୍ତି। 

Advertisment

ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ୩ ବାଳକ ଥିବା ସୂଚନା ରହିଛି। ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସମସ୍ତେ ମୃତକ ଛତିଶଗଡ଼ ଖରସେନି ଅଞ୍ଚଳର ବୋଲି ଜଣାଯାଇଛି। ଆଜି ସକାଳ ୫ଟାରୁ ୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ୫ ଜଣ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ।  

ଗତକାଲି ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବାବେଳେ ଅପରାହ୍ନ ପ୍ରାୟ ଅଢ଼େଇଟା ବେଳେ ମହାନଦୀରେ ଡଙ୍ଗା ବୁଡ଼ିଯାଇଥିଲା। ଡଙ୍ଗାରେ ଥିବା ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ କିଛି ଯାତ୍ରୀଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ। ଗତକାଲି  ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଥିଲେ। ଆଜି ସକାଳେ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Advertisment

ଡଙ୍ଗାଟି କେମିତି ବୁଡ଼ିଲା, ତାହା ଜଣାପଡ଼ି ନାହିଁ। ତେବେ ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସିଥିଲେ ବୋଲି କୁହାଯାଉଛି। ସେହିପରି ତାହା ଏକ ପୁରୁଣା ଡଙ୍ଗା ଥିଲା ଓ ସେଥିରେ ଲାଇଫ ଜ୍ୟାକେଟ ବ୍ୟବସ୍ଥା ମଧ୍ୟ ନଥିଲା।

Boat Capsizes Jarasuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe