Advertisment

କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା; ୨ମହିଳାଙ୍କୁ କଚାଡି ମାରିଲା

ମହିଳାଦ୍ୱୟଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ଯାଇଛି।

ଅଦ୍ୟତନ ହୋଇଛି
Deogarh

Deogarh

Advertisment

ଅନ୍ଧାର ରାତିରେ କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା।  ଶୁଣ୍ଢରେ ଉଠାଇ ମହିଳା ଦୁଇ ଜଣଙ୍କୁ କଚାଡି ମାରିଲା।  ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଗତ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକ ମହିଳା ଦ୍ୱୟ ହେଲେ ସୁରୁବାଲି କିସାନ ଓ ଖଇରି କିସାନ।

Advertisment

ଗତ ବିଳମ୍ବିତ ରାତିରେ ସୁରୁବାଲି ଓ ଖଇରି ଘରେ ଶୋଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ କାନ୍ଥ ଭାଙ୍ଗି ଘର ଭିତରକୁ ପଶି ଆସିଥିଲା। ହାତୀଟିକୁ ଦେଖି ସୁରୁବାଲି ଓ ଖଇରି ଜୀବନବିକାଳେ ଘରୁ ଦୌଡ଼ି ପଳାଇଯାଇଥିଲେ। ହେଲେ ଦନ୍ତାଟି ସେମାନଙ୍କୁ ଛାଡ଼ିନଥିଲା। ଶୁଣ୍ଢରେ ଉଠାଇ ସେମାନଙ୍କୁ କଚାଡି ଦେଇଥିଲା। ଘଟଣାସ୍ଥଳରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିଲା। ତେବେ ହାତୀଟି କେଉଁଠି ଲୁଚି ରହିଛି ନା, ଜଙ୍ଗଲକୁ ପଳାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

ମହିଳାଦ୍ୱୟଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ଯାଇଛି। ବାରମ୍ବାର ହାତୀପଲ ଗାଁ ଭିତରକୁ ପଶିଆସି ଧନଜୀବନ ନଷ୍ଟ କରୁଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Deogarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe