Advertisment

ଦମ୍ପତିଙ୍କ କାରକୁ ଧକ୍କା ଦେଲା କନ୍ନଡ ଅଭିନେତାଙ୍କ କାର୍, ପତ୍ନୀ ମୃତ

କନ୍ନଡ ଫିଲ୍ମ ଷ୍ଟାର ନାଗଭୂଷଣଙ୍କ ନାମରେ ସଙ୍ଗୀନ ଅଭିଯୋଗ। ଦ୍ରୁତଗତିରେ ଅତି ବେପରୁଆ ଭାବେ ଗାଡି ଚଲାଉଥିବାରୁ ଦୁର୍ଘଟଣା।

Nagabhushana & Incident Image

Nagabhushana & Incident Image

Advertisment

କନ୍ନଡ ଫିଲ୍ମ ଷ୍ଟାର ନାଗଭୂଷଣଙ୍କ ନାମରେ ଅଭିଯୋଗ। ଏକ ଦମ୍ପତିଙ୍କ କାରକୁ ନାଗାଭୂଷଣଙ୍କ ଗାଡି ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇ ମୃତ୍ୟୁ ସହ ଲଢେଇ କରୁଛନ୍ତି। 

Advertisment

ସୂଚନା ଅନୁସାରେ, ବେଙ୍ଗାଲୁରୁରେ ଅଭିନେତା ନାଗଭୂଷଣ ଏହି ଦୁର୍ଘଟଣା ଘଟାଇଛନ୍ତି। ଏନେଇ ବେଙ୍ଗାଲୁରୁର କୁମାରସ୍ୱାମୀ ଟ୍ରାଫିକ ପୁଲିସ ଷ୍ଟେସନରେ ଏକ ମାମଲା ଦାଖଲ କରାଯାଇଛି। ନାଗଭୂଷଣ ଅତି ବେପରୁଆ ଏବଂ ଦ୍ରୁତଗତିରେ ଗାଡି ଚାଳନା କରୁଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି।

ଗତକାଲି ରାତି ପ୍ରାୟ 9ଟା 45 ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ନାଗଭୂଷଣ ନିଜେ ଦମ୍ପତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ପୁଲିସ କହିଛି। କିନ୍ତୁ ଡାକ୍ତଖାନାରେ ପହଞ୍ଚିବା ପୂର୍ବରୁ ପତ୍ନୀ ପ୍ରେମା(48)ଙ୍କର ମୃତ୍ୟୁ ଘଟିଥିଲା। ସ୍ୱାମୀ କୃଷ୍ଣ(58)ଙ୍କର ଗୋଡ, ମୁଣ୍ଡ ଏବଂ ପେଟରେ ଆଘାତ ଲାଗିଛି।

Advertisment
Kannada Actor Nagabhushana Nagabhushana Nagabhushana Car Accident Bengaluru Accident News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe