କର୍ଣ୍ଣାଟକରେ ଏକ ଦୁଃଖଦ ଘଟଣା ଘଟିଛି। ରାଜ୍ୟ କ୍ୟାଡରର ଜଣେ IPS ଅଧିକାରୀଙ୍କ ମୃତ୍ୟୁ ହୋଇଛି, ତାହା ପୁଣି ଚାକିରିର ପ୍ରଥମ ଦିନରେ। ଆଜି ତାଙ୍କର କାର୍ଯ୍ୟରେ ଯୋଗଦାନ ଥିବାବେଳେ ସଡ଼କ ଦୁର୍ଘଟଣାରେ ଜୀବନ ଚାଲିଯାଇଛି।
ମୃତକ ଜଣକ ହେଉଛନ୍ତି ଯୁବ IPS ଅଫିସର ହର୍ଷ ବର୍ଦ୍ଧନ (26)। ସେ କର୍ଣ୍ଣାଟକ କ୍ୟାଡରର 2023 ବ୍ୟାଚ୍ IPS ଅଫିସର ଥିଲେ, ତାଙ୍କ ଘର ମଧ୍ୟ ପ୍ରଦେଶରେ। ମୈସୁରରେ ଚାରି ସପ୍ତାହର ଟ୍ରେନିଂ ସରିବା ପରେ ଆଜି ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା। କାର୍ଯ୍ୟରେ ଯୋଗଦାନର ପ୍ରଥମ ଦିନରେ ତାଙ୍କର ଏପରି ଅକାଳ ବିୟୋଗ ସମସ୍ତଙ୍କୁ ବ୍ୟଥିତ କରିଛି।
ସୂଚନା ଅନୁସାରେ, ସେ କାର୍ଯ୍ୟରେ ଯୋଗଦେବା ପାଇଁ ପୁଲିସ ଗାଡ଼ିରେ ଯାଉଥିଲେ। ଏହି ସମୟରେ ଗାଡ଼ିର ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥିଲେ। ଏଥିରେ ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବର୍ଦ୍ଧନଙ୍କ ପରିବାରକୁ ସମବେଦନା ଜଣାଇବା ସହ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ଏପରି ଘଟିବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।