Advertisment

ବୈତରଣୀରେ ବୁଡ଼ିଗଲେ କାଉଡ଼ିଆ

ମୃତକଙ୍କ ଘର ଭଦ୍ରକରେ। ସେ ଜଳଲାଗି କରିବାକୁ ଆରଡ଼ି ଯାଇଥା’ନ୍ତେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Prasanta Samal

Prasanta Samal

ଯାଜପୁରରେ ବୈତରଣୀ ନଦୀର ବଲ୍ଲଭୀ ଘାଟରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରଶାନ୍ତ ସାମଲ। ତାଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ।

Advertisment

ଆସନ୍ତାକାଲି ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ଆରଡ଼ିରେ ଜଳଲାଗି କରିବା ପାଇଁ ପାଣି ଉଠାଇବାକୁ ସେ ବୈତରଣୀ ନଦୀର ବଲ୍ଲଭୀ ଘାଟକୁ ଆସିଥିଲେ। ଏଠାରୁ ସେ ଜଳ ଧରି ଆରଡ଼ି ଅଭିମୁଖେ ଯାତ୍ରା କରିଥା’ନ୍ତେ। ତାଙ୍କ ସହିତ ତାଙ୍କର ଜଣେ ସମ୍ପର୍କୀୟ ଭାଇ ସହିତ ଆହୁରି ତିନି/ଚାରି ଜଣ କାଉଡ଼ିଆ ଥିଲେ। 

ପ୍ରଶାନ୍ତ ବଲ୍ଲଭୀ ଘାଟରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ତାଙ୍କର ଜଣେ ସଂପର୍କୀୟ ଭାଇ ତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ। ହେଲେ ବିଫଳ ହୋଇଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment
Drown Case Drowning Death