Missing
କଟକ ମହାନଦୀକୁ ପାଣି ଉଠାଇବାକୁ ଯାଇ ଭାସିଗଲେ କାଉଡ଼ିଆ। ନିଖୋଜ ଯୁବକ ତିନିଘରିଆର ବିଶ୍ୱଜିତ ବେହେରା।
Advertisment
କଟକ ଭଦିମୂଳ ଘାଟରେ ଗତକାଲି ପାଣି ଉଠାଇବା ବେଳେ ଭାସିଯାଇ ବିଶ୍ୱଜିତ ନିଖୋଜ ହୋଇ ଯାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁଁ ସର୍ଚ୍ଚ ଅପରେସନ ସ୍ଥଗିତ ଥିଲା। ଆଜି ସକାଳୁ ପୁଣି ଆରମ୍ଭ ହେବ ସର୍ଚ୍ଚ ଅପରେସନ।
ଗତ ୨୮ ତାରିଖରେ ମହାନଦୀର ଗଡ଼ଗଡ଼ିଆ ଘାଟରେ ପାଣି ଉଠାଇବା ବେଳେ ବୁଡ଼ି ଯାଇଥିଲେ ଦୁଇ ଜଣ ଯୁବକ। ସର୍ବସମ୍ମୁଖରେ ଦୁଇ ଜଣ କାଉଡ଼ିଆ ବୁଡ଼ି ଯାଉଥିବା ବେଳେ ସାଥୀ ବୋଲ ବମ ବ୍ରତଧାରୀ ଓ ଅଗ୍ନିଶମ କର୍ମଚାରୀ ଜଣଙ୍କୁ ଉଦ୍ଧାର କରିଥିଲେ। ନିଖୋଜ ଯୁବକ ଜଣକ ଭୁବନେଶ୍ୱରର ହୋଇଥିବା ବେଳେ ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
