Advertisment

ଉଛୁଳା ନଦୀର ସୁଅରେ ଭାସି ଯାଉଥିଲେ...

ଲଗାଣ ବର୍ଷା ଯୋଗୁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସେଥିପାଇଁ ଉଦଳା ଜାମୁଘାଟ ବ୍ରିଜରେ ପ୍ରବଳ ବେଗରେ ପାଣି ପ୍ରବାହିତ ହେଉଥିଲା। ଆଜି ସକାଳେ ସେହି ପାଣିରେ ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ମଠସାହିର କାନ୍ଦନା ମୁର୍ମୁ ଭାସି ଯାଇଥିଲେ।

ଅଦ୍ୟତନ ହୋଇଛି
Baripada

Baripada

Advertisment

ଉଛୁଳା ନଦୀର ସୁଅରେ ଭାସି ଯାଉଥିଲେ...। କେବେ ନୂଆ ଜୀବନ ପାଇବେ ବୋଲି ଭାବିନଥିଲେ। ହେଲେ ନୂଆ ଜୀବନ ପାଇଲେ କାନ୍ଦନା ମୁର୍ମୁ। ଭରା ନଦୀରେ ଭାସି ଯାଉଥିବା ବେଳେ ମୃତ୍ୟୁ ମୁଖରୁ ତାଙ୍କୁ ଉଦ୍ଧାର କରିଥିଲେ ଗାଁ ଲୋକ। ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଚିତ୍ର।

Advertisment

ଲଗାଣ ବର୍ଷା ଯୋଗୁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ସେଥିପାଇଁ ଉଦଳା ଜାମୁଘାଟ ବ୍ରିଜରେ ପ୍ରବଳ ବେଗରେ ପାଣି ପ୍ରବାହିତ ହେଉଥିଲା। ଆଜି ସକାଳେ ସେହି ପାଣିରେ ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ମଠସାହିର କାନ୍ଦନା ମୁର୍ମୁ ଭାସି ଯାଇଥିଲେ। ପାଖାପାଖି ୪୦ ମିଟର ପର୍ଯ୍ୟନ୍ତ ଭାସି ଯାଉଥିଲେ। ସେହି ସମୟରେ ନଦୀ ପାର୍ଶ୍ୱରେ ମାଛ ଧରୁଥିବା ଦୁଇ ଜଣ ଯୁବକ ସଙ୍ଗେ ସଙ୍ଗେ ପାଣିକୁ ଲମ୍ଫ ମାରିଥିଲେ। ଆଉ ମୃତ୍ୟୁ ମୁଖରୁ କାନ୍ଦନାଙ୍କୁ ଝାମ୍ପି ଆଣିଥିଲେ। କାନ୍ଦନା ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସତ, ହେଲେ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନାରୁ ପ୍ରକାଶ, ଗତ ୪ ଦିନ ହେଲା ମୟୂରଭଞ୍ଜ ଜିଲ୍ଲାରେ ଲାଗି ରହିଛି ବର୍ଷା। ଯେଉଁଥିପାଇଁ ଜିଲ୍ଲାରେ ପ୍ରବାହିତ ହେଉଥିବା ଅନେକ ନଦୀ ଫୁଲି ଉଠିଛି। ଯାହାଫଳରେ ରାସ୍ତାରେ ପ୍ରବାହିତ ହେଉଛି ଆଣ୍ଠୁଏ ଆଣ୍ଠୁଏ ପାଣି। ଲୋକମାନେ ଜଳବନ୍ଦି ଜୀବନ ଅତିବାହିତ କରୁଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe