/odisha-reporter/media/post_attachments/uploadimage/library/16_9/16_9_0/IMAGE_1719464688.jpg)
jitu pradan
ଦାଦନ ଖଟିବାକୁ ଯିବାବେଳେ ଟ୍ରେନରୁ ଖସି ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ। ମୃତକ ହେଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସୁନାରିପଲ୍ଲୀ ଗାଁର ଯୁବକ ଜିତୁ ପ୍ରଧାନ।
Advertisment
ଜିତୁ ଦାଦନ ଖଟିବାକୁ ନିଜ ଗାଁରୁ ଚେନ୍ନାଇକୁ ଟ୍ରେନ ଯୋଗେ ଯାଉଥିଲେ। ବିଜୟୱାଡ଼ା ନିକଟରେ ସେ ଟ୍ରେନରୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଜିତୁ ଟ୍ରେନରୁ ଅସାବଧାନତା କାରଣରୁ ଟ୍ରେନରୁ ଖସି ପଡ଼ିଲେ ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ। ୨୧ ବର୍ଷ ବୟସ ଭେଣ୍ଡିଆ ପୁଅକୁ ହରାଇ ପୁରା ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି଼।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
