Advertisment

ଚେକ୍‌ ଡ୍ୟାମ୍‌ ନିର୍ମାଣ ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା ପଥର

ପାଣି ସଂରକ୍ଷଣ ପାଇଁ ପଣସପୁଟ ଜଙ୍ଗଲରେ ଚେକ୍‌ ଡ୍ୟାମ୍‌ ନିର୍ମାଣ କରାଯାଉଛି। ଫରେଷ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଏହି କାମ ହେଉଛି। ଆଜି ଏହି କାମରେ ୧୦ରୁ ୧୫ ଜଣ ଶ୍ରମିକ ନିୟୋଜିତ ଥିଲେ। ସେଥି ମଧ୍ୟରେ ଥିଲେ ପଣସପୁଟ ଗାଁର ବିଟୁ କଡରାକା।

author-image
Manoranjan Sial
Medical

Medical

ଚେକ୍‌ ଡ୍ୟାମ୍‌ ନିର୍ମାଣ ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା ପଥର। ଆଜି ସକାଳେ ଏପରି ହୃଦୟବିଦାରକ ଘଟଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ଘଟିଛି। ମେଡ଼ିକାଲ୍‌ରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ପାଣି ସଂରକ୍ଷଣ ପାଇଁ ପଣସପୁଟ ଜଙ୍ଗଲରେ ଚେକ୍‌ ଡ୍ୟାମ୍‌ ନିର୍ମାଣ କରାଯାଉଛି। ଫରେଷ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଏହି କାମ ହେଉଛି। ଆଜି ଏହି କାମରେ ୧୦ରୁ ୧୫ ଜଣ ଶ୍ରମିକ ନିୟୋଜିତ ଥିଲେ। ସେଥି ମଧ୍ୟରେ ଥିଲେ ପଣସପୁଟ ଗାଁର ବିଟୁ କଡରାକା। ସେ କାମ କରିବା ସହିତ କାମର ତଦାରଖ କରୁଥିଲେ। କାମ ଚାଲିଥିବା ବେଳେ ଜଣେ ଶ୍ରମିକଙ୍କ ହାତରୁ ଗୋଟିଏ ପଥର ଖସି ଯାଇଥିଲା। ପଥରଟି ଯାଇ ବିଟୁଙ୍କ ଉପରେ ପଡ଼ିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ଅନ୍ୟ ଶ୍ରମିକମାନେ ବିଟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲକ୍ଷ୍ମୀପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ମେଡ଼ିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ମେଡ଼ିକାଲ୍‌ରେ ପୁଲିସ୍‌ ମୁତୟନ କରାଯାଇଛି। ସେପଟେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ରିପୋର୍ଟ-ଲକ୍ଷ୍ମୀପୁରରୁ ଗିରିଧର ଖରା

Koraput