Boudha
ବୌଦ୍ଧ ମହାନଦୀ ଗର୍ଭରେ ରତ୍ନ ପଥର ପାଇଁ ଖନନ ବେଳେ ଅଘଟଣ ଘଟିଛି। ଗତକାଲିଠାରୁ ପଥର ସନ୍ଧିରେ ଜଣେ ଶ୍ରମିକ ଫସି ରହିଥିବାର ଅଭିଯୋଗ ହୋଇଛି। ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।
ସୂଚନା ଅନୁସାରେ, ରତ୍ନ ପଥର କାରବାର କରୁଥିବା ମାଫିଆମାନେ ଗତକାଲି ୧୦-୧୨ ଜଣ ଶ୍ରମିକଙ୍କୁ ନେଇ ମହାନଦୀ ଗର୍ଭରେ ଖନନ କରୁଥିଲେ।
ଏହି ସମୟରେ ଏକ ବଡ଼ ପଥର ଗଡ଼ି ଆସି ଜଣେ ଶ୍ରମିକ ଉପରେ ପଡ଼ିଯାଇଥିଲା। ବାକି ଶ୍ରମିକମାନେ ସେଇ ପଥରକୁ ହଟାଇ ଫସିଥିବା ଶ୍ରମିକକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହୋଇଥିଲେ।
ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗକୁ ଡକାଯାଇଥିଲା। ହେଲେ ରାତି ହୋଇଯାଇଥିବାରୁ ଉଦ୍ଧାର କାମ ବନ୍ଦ ରଖାଯାଇଥିଲା। ହେଲେ ପାଣି ସ୍ତର ବଢ଼ି ଯାଇଛି। ତେଣୁ ଫସି ରହିଥିବା ଶ୍ରମିକ ଜଣକ ଜୀବିତ ନା ମୃତ ତାକୁ ନେଇ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି। ଆଜି ସକାଳେ ପୁଣି ସ୍ଥାନୀୟ ଲୋକଙ୍କ ସହାୟତାରେ ଆରମ୍ଭ ହୋଇଛି ଉଦ୍ଧାର କାମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Boudha_1711769510.jpg)