/odisha-reporter/media/post_attachments/uploadimage/library/16_9/16_9_0/IMAGE_1696062530.jpg)
Bhubaneswar
ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍। ଫୁଟ୍ପାଥ୍ରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ି ପଳାଇଲା କାର୍। ମୃତ ଶ୍ରମିକ ଜଣଙ୍କର ପରିଚୟ ମିଳିନାହିଁ।
ଦିନ ସାରା ଆକ୍ରାନ୍ତ ପରିଶ୍ରମ କରି ଥକି ପଡ଼ିଥିଲା ଥିଲା ଶ୍ରମିକଟି। ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବାରୁ ନିଜର କ୍ରାନ୍ତ ମେଣ୍ଟାଇବା ପାଇଁ ରାଜମହଲ ଛକରେ ଥିବା ଫୁଟ୍ପାଥରେ ଶୋଇପଡ଼ିଥିଲା। ହଠାତ୍ ଏକ କାର୍ ଆସି ତା’ ଉପରେ ଚଢ଼ି ଯାଇଥିଲା। ପରେ ଘଟଣାସ୍ଥଳରୁ କାର୍ ନେଇ ଫେରାର ହୋଇଯାଇଥିଲା ଡ୍ରାଇଭର। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଶ୍ରମିକଟିର ମୃତ୍ୟୁ ଘଟିଥିଲା। ଗତକାଲି ବିଳମ୍ବିତ ରାତିର ଏହି ଘଟଣା ଘଟିଛି। ଫୁଟପାଥରେ କାର୍ ଚକାର ଦାଗ ରହିଛି।
କିଏ ଶ୍ରମିକଙ୍କ ଉପରେ କାର୍ ମଡ଼ାଇ ପଳାଇଲା, ତାହା ପଡ଼ିନାହିଁ। କମିଶନରେଟ୍ ପୁଲିସ ଏନେଇ ଖୋଳତାଡ ଆରମ୍ଭ କରିଛି। ଅନ୍ୟପକ୍ଷରେ ଶ୍ରମିକ ଜଣଙ୍କ କିଏ, ତାଙ୍କ ଘର କେଉଁଠି ପୁଲିସ ତାର ଖୋଳତାଡ଼ ଆରମ୍ଭ କରିଛି। ପରିଚୟ ପାଇଁ ମୃତକ ଶ୍ରମିକଙ୍କ ଫଟୋକୁ ସାର୍ବଜନୀନ କରିଛି ପୁଲିସ। ଏହାସହ ମୃତଦେହକକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଏହି ଘଟଣା ରାତି ଗୋଟାଏ ୪୦ ମିନିଟ ଭିତରେ ଘଟିଛି। ମୃତ ଶ୍ରମିକ ଜଣଙ୍କ ଫୁଟ୍ଫାଥରେ ଶୋଇଥିଲେ। ହଠାତ୍ ଏକ କାର୍ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା। ତାଙ୍କ ପାଖରେ ଅନ୍ୟ ଶ୍ରମିକମାନେ ଶୋଇଥିଲେ। ସେମାନେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
