Advertisment

ବସ୍‌କୁ ଅପେକ୍ଷା କରିଥିବା ମହିଳାଙ୍କ ଉପରେ ମାଡ଼ିଗଲା ବସ୍‌, ତାତିଲେ ଲୋକେ

ବସ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ମାତ୍ର ଏହି ସମୟରେ ଆଉ ଏକ ବସ୍‌ ମାଡ଼ିଆସି ମହିଳାଙ୍କ ଉପରେ ଚଢ଼ାଇଦେଲା।

author-image
Niharika Rout
ଅଦ୍ୟତନ ହୋଇଛି
Road Block

Road Block

ବସ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ମାତ୍ର ଏହି ସମୟରେ ଆଉ ଏକ ବସ୍‌ ମାଡ଼ିଆସି ମହିଳାଙ୍କ ଉପରେ ଚଢ଼ାଇଦେଲା। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ମହିଳାଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା କରଡାପଲ୍ଲୀ ଛକରେ ଘଟିଛି। ମୃତ ମହିଳାଜଣକ ହେଲେ କରଡ଼ାପଲ୍ଲୀ ଗ୍ରାମର ହୁଲ୍ଲାସୀ ବେହେରା ।

Advertisment

ହୁଲ୍ଲାସୀ ବେହେରା ଆଜି ସକାଳେ ବସ୍‌କୁ ଅପେକ୍ଷା କରି କରଡାପଲ୍ଲୀ ଛକରେ ଛିଡ଼ା ହୋଇଥିଲେ। ଏହି ସମୟରେ ବାଘମାରିରୁ ଖଣ୍ଡପଡା ଅଭିମୁଖେ ଯାଉଥିବା ‘କୁମାର’ ନାମକ ଘରୋଇ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ଉତ୍ତ୍ୟକ୍ତ ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଏହାପରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ କରଡ଼ାପଲ୍ଲୀ ଛକରେ ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଯାତାୟତ ସମ୍ପୂର୍ଣ ଠପ ହେବା ସହ ରାସ୍ତାର ଦୁଇ ପାର୍ଶ୍ଵରେ ଅନେକ ଗାଡି ଛିଡା ହୋଇଛି।

Advertisment

ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଖବର ପାଇ ଘଟଣା ସ୍ଥଳରେ ଫତେଗଡ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ବସ୍‌ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି।

Accident Nayagarh