Advertisment

ସ୍କୁଟିରେ ଆସିଲେ, ଖରସ୍ରୋତାକୁ ଡେଇଁ ପଡ଼ିଲେ ମହିଳା

ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳାଜଣକ ସକାଳ ପ୍ରାୟ ୬ଟା ବେଳେ ସ୍କୁଟିରେ ବ୍ରିଜ ଉପରେ ପହଞ୍ଚିଥିଲେ। ନିଜ ମୋବାଇଲ ଫୋନ୍‌ ଓ ହେଲମେଟକୁ ଗାଡ଼ି ଉପରେ ଥୋଇଥିଲେ।

author-image
Niharika Rout
drown case

drown case

ଉଛୁଳା ଖରସ୍ରୋତା ନଦୀକୁ ଡେଇଁଲେ ମହିଳା। ଆଜି ସକାଳେ ଯାଜପୁର ସଦର ଥାନା ଅନ୍ତର୍ଗତ ବରୁହାଁ ନିକଟସ୍ଥ ଖରସ୍ରୋତା ନଦୀ ବ୍ରିଜ ଉପରୁ ଜଣେ ମହିଳା ନଦିକୁ ଡେଇଁ ଥିବା ସୂଚନା ମିଳିଛି । ମହିଳାଜଣକ କୁଆଖିଆ ଥାନା ଅନ୍ତର୍ଗତ ମଧୁବନ କୃଷ୍ଣପଡା ଅଞ୍ଚଳର ମନ୍ଦାକିନୀ ସାମଲ ବୋଲି ଜଣାଯାଇଛି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳାଜଣକ ସକାଳ ପ୍ରାୟ ୬ଟା ବେଳେ ସ୍କୁଟିରେ ବ୍ରିଜ ଉପରେ ପହଞ୍ଚିଥିଲେ। ନିଜ ମୋବାଇଲ ଫୋନ୍‌ ଓ ହେଲମେଟକୁ ଗାଡ଼ି ଉପରେ ଥୋଇଥିଲେ। ଏହାପରେ ଆଖି ପିଛୁଳାକେ ମହିଳାଜଣକ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।  ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ବେଳେ ସେମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଥିବା ପୁଲିସ୍‌ ଅଧିକାରୀ କହିଛନ୍ତି।

Advertisment

ତେବେ ମହିଳାଜଣକ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ଏହା ପଛରେ କିଛି ଘରୋଇ ବିବାଦ ଅଛି ନା ଅନ୍ୟ କିଛି କାରଣ ତାହା ସ୍ପଷ୍ଟ ହୋଇ ପାରିନି। 

Jajpur Drown Case