Advertisment

ଭୂସ୍ଖଳନକୁ ବିତିଲାଣି ୪ ଦିନ: ଗଲାଣି ୨୭ ଜୀବନ, ଏବେ ବି ୭୮ ଜଣ ନିଖୋଜ

ଭୂସ୍ଖଳନ ଯୋଗୁ କେତେ ଜମି ନଷ୍ଟ ହୋଇଛି ରାଜସ୍ୱ ବିଭାଗ ଏହାର ଯାଞ୍ଚ କରୁଛି। ଏଥିସହ ପ୍ରଭାବିତ ଲୋକଙ୍କୁ ଜମି ଯୋଗାଇ ଦେବାକୁ ମଧ୍ୟ ପ୍ରଶାସନ ଯୋଜନା କରିଛି।

Landslide

Landslide

Advertisment

ମହାରାଷ୍ଟ୍ରର ରାଇଗଡ଼ରେ ୪ ଦିନ ତଳେ ହୋଇଥିବା ଭୟଙ୍କର ଭୂସ୍ଖଳନ ଯୋଗୁ ୨୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ୪ ଦିନ ହେଲାଣି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆଜି ଏହାକୁ ବନ୍ଦ କରାଯାଇଛି। ତେବେ ଏବେ ବି ଭୂସ୍ଖଳନ ହୋଇଥିବା ଅଞ୍ଚଳରେ ରହୁଥିବା ୭୮ ଜଣଙ୍କର କୌଣସି ପତ୍ତା ମିଳିନାହିଁ।

Advertisment

ପ୍ରଶାସନ ଆଜି ଉଦ୍ଧାର କାର୍ଯ୍ୟକୁ ବଧିବଦ୍ଧ ଭାବେ ବନ୍ଦ କରିବା ପୂର୍ବରୁ ଗାଁ ଲୋକଙ୍କ ସହ କଥା ହୋଇଥିଲା। ଶନିବାଠାରୁ ଏଠାରୁ ଗୋଟିଏ ଗଳିତ ଶବ ମିଳିଥିଲା। ଏହାପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିଲେ ହେଁ ରବିବାର ସନ୍ଧ୍ୟା ସୁଦ୍ଧା ଆଉ କୌଣସି ଲୋକଙ୍କ ପତ୍ତା ମିଳିନି। ତେଣୁ ପ୍ରଶାସନ ଉଦ୍ଧାର କାର୍ଯ୍ୟକୁ ଏହି ଠାରେ ଏହି ବନ୍ଦ କରିଛି।

ବୁଧବାର ପାହାଡ଼ ଉପରେ ରହିଥିବା ଇର୍ଶାଲୱାଡି ଗାଁରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ପାର୍ବତ୍ୟ ଅଞ୍ଚଳରେ ଗାଁଟି ରହିଥିବାରୁ ଉଦ୍ଧାରକାରୀ ଦଳ ବେଶ କିଛି ସମୟର ସଂଘର୍ଷ ପରେ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ତେଣୁ ନିଖୋଜ ଲୋକଙ୍କୁ ଠାବ କରିବା ଉଦ୍ଧାରକାରୀ ଦଳ ପାଇଁ ବେଶ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ରବିବାର ସୁଦ୍ଧା ମୃତ୍ୟୁସଂଖ୍ୟା ୨୭ ଛୁଇଁଥିବା ବେଳେ ୭୮ ଜଣ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।

Advertisment

ଭୂସ୍ଖଳନ ଯୋଗୁ କେତେ ଜମି ନଷ୍ଟ ହୋଇଛି ରାଜସ୍ୱ ବିଭାଗ ଏହାର ଯାଞ୍ଚ କରୁଛି। ଏଥିସହ ପ୍ରଭାବିତ ଲୋକଙ୍କୁ ଜମି ଯୋଗାଇ ଦେବାକୁ ମଧ୍ୟ ପ୍ରଶାସନ ଯୋଜନା କରିଛି। ସରକାର ମଧ୍ୟ ଗାଁର ସବୁ ଲୋକଙ୍କୁ ଘର ଯୋଗାଇ ଦେବେ ବୋଲି କହିଛନ୍ତି।

Landslide Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe