Advertisment

ଗାଡ଼ି ଓଲଟି ୧୫ ବିଏସ୍‌ଏଫ ଯବାନ ଗୁରୁତର

୪୦୭ ମେଟାଟର ଗାଡ଼ିରେ ବିଏସ୍‌ଏଫ ଯବାନମାନେ ଯାଉଥିଲେ କୁମ୍ଭାରୀ ଗ୍ରାମ ନିକଟରେ ହୋଇଥିଲା ଦୁର୍ଘଟଣା।

Malkangiri

Malkangiri

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ବିଏସ୍‌ଏଫ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ୪୦୭ ମେଟାଟର ଗାଡ଼ିରେ ବିଏସ୍‌ଏଫ ଯବାନମାନେ ଯାଉଥିଲେ କୁମ୍ଭାରୀ ଗ୍ରାମ ନିକଟରେ ହୋଇଥିଲା ଦୁର୍ଘଟଣା। ଗାଡ଼ିଟି କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Advertisment

ଏହି ଦୁର୍ଘଟଣା ଯୋଗୁ ଗାଡ଼ିରେ ଥିବା ୧୫ ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସେମାନଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯବାନଙ୍କୁ ନାରାୟଣପୁର ଏସପି ପୁଷ୍କର ଶର୍ମା ଭେଟିଛନ୍ତି।

BSF Jawan Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe