Advertisment

୨୪ ଘଣ୍ଟାରେ ଗଲା ୪ ଜୀବନ

ଉମରକୋଟ ଥାନା ତୁପରବେଡ଼ା ଦୟା ମାଳି ଆଜି ସକାଳେ ଚାଷ ଜମିକୁ ବିଷ ସ୍ପ୍ରେ କରିବାକୁ ଯାଇଥିଲେ। ବିଷ ସ୍ପ୍ରେ କରୁଥିବା ବେଳେ ସେ ଚାଷ ଜମି ଅଚେତ ହୋଇ ପଡ଼ିଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଚାଷ ଜମିକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Rice Field

Rice Field

Advertisment

୨୪ ଘଣ୍ଟାରେ ଗଲା ୪ ଜୀବନ। କିଏ ଚାଷ ଜମିରେ ବିଷ ସିଞ୍ଚନ କରୁଥିଲେ ତ ଆଉ କିଏ ପୋଖରୀରେ ମାଛ ଧରୁଥିଲେ। ଆଉ କିଏ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଏପରି ହୃଦୟବିଦାରକ ଘଟଣା ଘଟିଛି।

Advertisment

ଉମରକୋଟ ଥାନା ତୁପରବେଡ଼ା ଦୟା ମାଳି ଆଜି ସକାଳେ ଚାଷ ଜମିକୁ ବିଷ ସ୍ପ୍ରେ କରିବାକୁ ଯାଇଥିଲେ। ବିଷ ସ୍ପ୍ରେ କରୁଥିବା ବେଳେ ସେ ଚାଷ ଜମି ଅଚେତ ହୋଇ ପଡ଼ିଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଚାଷ ଜମିକୁ ଯାଇଥିଲେ। ସେତେବେଳେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଉମରକୋଟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଷ ସ୍ପ୍ରେ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି ନା ସାପ କାମୁଡ଼ାରେ ଜୀବନ ଯାଇଛି, ତାହା ଜଣାପଡ଼ି ନାହିଁ।

ସେପଟେ ଶୁକ୍ରବାର ମୁଣ୍ଡାଗୁଡ଼ା ଗାଁର ଲଖମ ଭତ୍ରା ନୂଆଗୁଡା ସ୍ଥିତ ନିଜ ସମ୍ପର୍କୀୟ ଭାଇଙ୍କ ଘରକୁ ବୁଲିବା ପାଇଁ ଯାଉଥିଲେ। ରାସ୍ତାରେ ପଡ଼ିଥିଲା ତେଲ ନଦୀ। ବର୍ଷା ହୋଇଥିବାରୁ ତେଲ ନଦୀ ପ୍ରବଳ ବେଗରେ ପାଣି ପ୍ରବାହିତ ହେଉଛି। ତଥାପି ସେ ସେହି ନଦୀ ଅତିକ୍ରମ କରି ଯାଉଥିଲେ। ସେହି ସମୟରେ ସେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ନଦୀରେ ବହୁ ଖୋଜାଖୋଜି କରିଥିଲେ। ରାତିରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ।

Advertisment

ସେହିପରି ସିନ୍ଧି ଗାଁର ଚନ୍ଦ୍ର ଭତ୍ରା ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ପୋଖରୀକୁ ଯାଇଥିଲେ। ଅସାବଧାନତା ଯୋଗୁ ତାଙ୍କ ଗୋଡ଼ ଖସି ଯାଇଥିଲା। ଆଉ ସେ ପୋଖରୀ ପାଣି ବୁଡ଼ି ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଜାମରୁଣ୍ଡା ଗାଁର ବୁଦୁସାନ କଲାର ଚାଷ ଜମିକୁ ଯାଇଥିଲେ। ଚାଷଜମିରେ ଥିବା ପୋଖରୀରେ ମାଛ ଧରୁଥିଲେ। ସେହି ସମୟରେ ତାଙ୍କର ମୃତ୍ୟୁ ଘଟିଛି।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe