Fire
ଯାଜପୁର ରୋଡ୍ ଲକ୍ଷ୍ମୀ ମାର୍କେଟରେ ଘଟିଛି ଅଗ୍ନିକାଣ୍ଡ। ଏଥିରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଲକ୍ଷ୍ମୀ ମାର୍କେଟରେ ଥିବା କିରଣ ଲାଇଟ୍ ହାଉସ୍ରେ ନିଆଁ ଲାଗିଛି। ଏହି ଦୋକାନରେ ଲାଇଟ୍ ସାମଗ୍ରୀ ସହିତ ବିଭିନ୍ନ ପ୍ଲାଷ୍ଟିକ୍ ସାମଗ୍ରୀ ଥିଲା। ଦୋକାନରେ ବାଣ ମଧ୍ୟ ଥିବା କୁହାଯାଉଛି। କାରଣ ନିଆଁ ଲାଗିବା ପରେ ଦୋକାନରୁ ବାଣ ଫୁଟିବାର ଶବ୍ଦ ଆସିଥିଲା।
ଏହି ଅଗ୍ନିକାଣ୍ଡରେ ଯେଉଁ ଦୁଇ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ କିରଣ ଲାଇଟ୍ ହାଉସ୍ର ମାଲିକ ମଧ୍ୟ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଉଭୟ ଆହତଙ୍କୁ ଯାଜପୁର ରୋଡ୍ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ସ୍ଥାନାନ୍ତର କରାଯାଇଛି।
ଖବର ଲେଖାଯିବା ସୁଦ୍ଧା ନିଆଁକୁ ନିୟନ୍ତ୍ରଣ କରାଯାଇପାରି ନଥିଲା। ଦୁଇଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ନିଆଁ କେମିତି ଲାଗିଲା, ତାହା ଜଣାପଡ଼ିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Fire_1697212407.jpg)