Advertisment

ଭାଇ ପାଇଁ ବାଘ ସହ ଲଢ଼ିଲା ୧୦ ବର୍ଷର ଝିଅ, ତା’ ପରେ...

ଅତର୍କିତ ଭାବେ ନିଜ ସାମନାରେ ଏକ ବାଘ ଦେଖି ଜଣେ ୧୦ ବର୍ଷୀୟା ନାବାଳିକା ଆଦୌ ଭୟଭୀତ ହେଲେନି।

author-image
Niharika Rout
Tiger

Tiger

ଆଖି ଆଗରେ ବାଘ ଦେଖିଲେ ସମସ୍ତଙ୍କ ମନରେ ଛନକା ପଶିଯିବା ଥୟ। କାରଣ ବାଘ ଆକ୍ରମଣରେ ଜୀବନ ଯିବା ଥୟ। ମାତ୍ର ଅତର୍କିତ ଭାବେ ନିଜ ସାମନାରେ ଏକ ବାଘ ଦେଖି ଜଣେ ୧୦ ବର୍ଷୀୟା ନାବାଳିକା ଆଦୌ ଭୟଭୀତ ହେଲେନି। ବରଂ ବାଘ ସହ ଲଢ଼ି ନିଜର ଓ ନିଜ ୭ ବର୍ଷ ଭାଇର ଜୀବନ ବଞ୍ଚାଇ ସାହସିକତାର ପରିଚୟ ଦେଇଛନ୍ତି। ଏପରି ଏକ ଘଟଣା ଉତ୍ତରାଖଣ୍ଡର ପୌଡି ଜିଲ୍ଲାର ଭଟୋଲି ଗାଁରେ ଘଟିଛି।

Advertisment

ଭଟୋଲି ଗାଁରେ ସୋମବାର ସନ୍ଧ୍ୟାରେ ପ୍ରିୟାଂଶି ନାମ୍ନୀ ନାବାଳିକା ନିଜ ୭ ବର୍ଷର ଭାଇ ପ୍ରିନ୍ସ ସହ ଘର ଅଗଣାରେ ପାଠ ପଢ଼ୁଥିଲେ। ଉକ୍ତ ସମୟରେ ଏକ ବାଘ ଆସି ହଠାତ୍‌ ପ୍ରିନ୍ସ ପିଠି ଉପରକୁ ଝାମ୍ପିଥିଲା। ଏହାଦେଖି ପ୍ରିୟାଂଶି ହଠାତ୍‌ ଚିଲାଇବା ସହ ନିଜ ଭାଇକୁ ଟାଣି ଆଣିଥିଲେ। ଫଳରେ ଉଭୟ କିଛି ଦୂରରେ ଛିଟିକି ପଡ଼ିଥିଲେ।

ଉଭୟ ଭାଇଭଉଣୀଙ୍କ ଚିତ୍କାର ଶୁଣି ପରିବାରର ଅନ୍ୟମାନେ ପହଞ୍ଚିଯିବାରୁ ବାଘଟି ସେଠାରୁ ପଳାଇଥିଲା। ବାଘ ଆକ୍ରମଣରେ ପ୍ରିନ୍ସ ପିଠିରେ ଆଘାତ ଲାଗିଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ପ୍ରିନ୍ସଙ୍କ ପରିବାର ସହ ଆଲୋଚନା କରି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି।

Tiger Attack