Advertisment

ବିଲ କାମ ସାରି ଫେରୁଥିଲେ, ମାରିଲା ବଜ୍ର

ଗଛ ମୂଳରେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣା ସ୍ଥାନରେ କରନ ମହକୁଲଙ୍କ ମୃତ୍ୟୁ ଘଟିଥିଲା। ତେବେ ବାପୁନ୍‌ ଓ ସୁମନ୍ତ ଚେତା ହରାଇ ସେଠାରେ ପଡ଼ିଥିଲେ। ପଥଚାରୀମାନେ ଏନେଇ ୧୦୮ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ।

Boudh

Boudh

Advertisment

ବିଲ କାମ କରିବାକୁ ଯାଇଥିଲେ। ଅପରାହ୍ନରେ ଘରକୁ ଫେରୁଥିଲେ। ହେଲେ ଅଧ ବାଟରେ ପ୍ରବଳ ବର୍ଷା ହେଲେ। ତେଣୁ ଗଛ ମୂଳରେ ଆଶ୍ରୟ ନେଲା ବେଳେ ବଜ୍ରପାତ ହେଲା। ଚାଲିଗଲା ଯୁବକଙ୍କ ଜୀବନ। ଅନ୍ୟ ଦୁଇ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଆଜି ଏପରି ଦୁଃଖଦ ଘଟଣା ବୌଦ୍ଧ ଜିଲ୍ଲା ମୁଣ୍ଡାପଡ଼ା ପିଙ୍ଗଲାବେଡା ନିକଟରେ ଘଟିଛି।

Advertisment

ବଲାକିରା ଗାଁର ବାପୁନ୍ ସାହୁ, କରନ୍ ମହକୁଲ ଓ ଜଡାପାଲ୍ ଗ୍ରାମର ସୁମନ୍ତ ସାହୁ ବିଲ କାମ କରିବା ପାଇଁ ଯାଇଥିଲେ। କାମ ସାରି ଅପରାହ୍ନରେ ଘରକୁ ଫେରୁଥିଲେ। ଠିକ୍‌ ସେହି ସମୟରେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷାରୁ ବର୍ତ୍ତିବା ପାଇଁ ବାପୁନ୍‌, କରନ ଓ ସୁମନ୍ତ ରାସ୍ତା ପାର୍ଶ୍ୱରେ ଥିବା ବଡ ଗଛ ମୂଳରେ ଆଶ୍ରୟ ନେଇଥିଲେ।

ଗଛ ମୂଳରେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣା ସ୍ଥାନରେ କରନ ମହକୁଲଙ୍କ ମୃତ୍ୟୁ ଘଟିଥିଲା। ତେବେ ବାପୁନ୍‌ ଓ ସୁମନ୍ତ ଚେତା ହରାଇ ସେଠାରେ ପଡ଼ିଥିଲେ। ପଥଚାରୀମାନେ ଏନେଇ ୧୦୮ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ଆମ୍ୱୁଲାନ୍ସ କର୍ମଚାରୀମାନେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

Advertisment

ରିପୋର୍ଟ- ବୌଦ୍ଧରୁ ଦୀପକ କୁମାର ଅଦର

Lightening Death Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe