Advertisment

ଅସମ୍ଭାଳ ତାତି ପରେ ଆସିଲା କାଳବୈଶାଖୀ; ବର୍ଷିଲା, ଉଡାଇଲା...

ଆଜି ସନ୍ଧ୍ୟା ବେଳେ ଅଡବା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପବନ ସାଙ୍ଗକୁ ଘଡ଼ଘଡି ଓ ବର୍ଷା ହୋଇଥିଲା। ଯାହାଫଳରେ ଅଡବା, ପଦାଗାଁ ଓ ଡ଼ଡ୍‌ ଲାଇନ୍‌ ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

author-image
Manoranjan Sial
Bus

Bus

ଦିନ ସାରା ତତାଇଲା। ଆଉ ସନ୍ଧ୍ୟାବେଳେ ବର୍ଷିଲା, ଉଡାଇଲା ଓ ଭାଙ୍ଗିଲା। ଭୀଷଣ ତାତିରେ ସାରା ରାଜ୍ୟ ଥରହର ହେଉଥିବା ବେଳେ କାଳବୈଶାଖୀର ତାଣ୍ଡବ ରୂପ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ୧୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ କାନ୍ଥ ଭୁଶୁଡ଼ି ଜଣେ ଆହତ ହୋଇଛନ୍ତି। ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି।

Advertisment

ଆଜି ଦିନ ତମାମ ଗଜପତି ଜିଲ୍ଲାରେ ଅସମ୍ଭାଳ ତାତି ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ଅସ୍ତବ୍ୟସ୍ତ ହୋଇଥିଲା ଗ୍ରାମୀଣ ଜୀବନଯାତ୍ରା। ଘରୁ ବାହାରିବା କଷ୍ଟକର ହେଉଥିଲା। ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ହେଲେ ସନ୍ଧ୍ୟା ବେଳେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ବର୍ଷା ସାଙ୍ଗକୁ କାଳବୈଶାଖୀ ହୋଇଥିଲା। ଉଡି ଯାଇଥିଲା ଘରର ଛାତ, ଭାଙ୍ଗିଥିଲା ବଡ଼ ବଡ଼ ଗଛ।

ଆଜି ସନ୍ଧ୍ୟା ବେଳେ ଅଡବା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପବନ ସାଙ୍ଗକୁ ଘଡ଼ଘଡି ଓ ବର୍ଷା ହୋଇଥିଲା। ଯାହାଫଳରେ ଅଡବା, ପଦାଗାଁ ଓ ଡ଼ଡ୍‌ ଲାଇନ୍‌ ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୧୦ରୁ ଅଧିକ ପରିବାର ଟିଣ ଛପର ଉଡ଼ି ଯାଇଥିବା ବେଳେ ପଦା ଗାଁର ସୁରଜ ବେହେରାଙ୍କ ଘରର ମାଟି କାନ୍ଥ ପଡ଼ି ୭ ବର୍ଷର ପୁଅ ଆହତ ହୋଇଛି।

Advertisment

ଅଡବାଠାରୁ ବିରିକୋଟକୁ ସଂଲଗ୍ନ କରୁଥିବା ୩୨୬ ନଂ ଜାତୀୟ ରାଜପଥ ଅବରୋଧରେ ବଡ଼ ବଡ଼ ଗଛ ଓ ବିଦ୍ୟତ ଖୁଣ୍ଟ ସବୁ ଉପୁଡ଼ି ପଥିଲା। ଯାହାଫଳରେ ଯିବାଆସିବା ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଖବର ପାଇ ମୋହନା ଅଗ୍ନିଶମ ବିଭାଗ କର୍ମଚାରୀମାନେ ରାସ୍ତାରେ ପଡ଼ିଥିବା ଗଛ ଗୁଡ଼ିକୁ କାଟି ବାହାର କରିଥିଲେ। ଏପରି ଭାଙ୍ଗି ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟ ହଟାଇଥିଲେ।

ରିପୋର୍ଟ- ମୋହନାରୁ ମିହିର ଜତି

Gajapati District