/odisha-reporter/media/post_attachments/uploadimage/library/16_9/16_9_0/Lineman_1717331267.jpeg)
Lineman
ବିଦ୍ୟୁତ ବିଭାଗର ଚରମ ଅବହେଳା। କରେଣ୍ଟ ଲାଗି ଲାଇନ ମ୍ୟାନ ମୃତ। ମୃତକ ହେଲେ ଅନୁପ କୁମାର ସିଂହ। ଉତ୍ୟକ୍ତ ଲୋକ ମାନେ ଶବ ରଖି ଜିଲ୍ଲାପାଳ ଅଫିସ ଘେରିଲେ।
Advertisment
ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର ରୁଗୁଡ଼ିପଡ଼ା ଠାରେ। ଆଜି ସକାଳେ ଅନୁପ ରୁଗୁଡ଼ିପଡ଼ା ଠାରେ ବିଦୁତ ଖୁଣ୍ଟକୁ ଚଢି ବିଦୁତ ସଜାଡୁଥିଲେ। ସେଇ ସମୟରେ ହଠାତ କରେଣ୍ଟ ଆସିଯିବାରୁ ବିଦୁତ ଆଘାତରେ ଘଟଣାସ୍ଥଳରେ ଅନୁପଙ୍କର ମୃତ୍ୟୁହୋଇଥିଲା। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକମାନେ ମୃତକ ଅନୁପଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।
ସଜାଡୁଥିବା ସମୟରେ ବିଦୁତ ସଂଯୋଗ ଦେଇଦେବାରୁ ଏପରି ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ମେଡିକାଲକୁ ଯାଇନାହାନ୍ତି। ଯାହା ଫଳରେ ଉତ୍ତେଜନା ଦେଖାଦେଇଥିଲା। ପରିବାର ଲୋକ, ଗ୍ରାମବାସୀ ଓ ସହଯୋଗୀ କର୍ମଚାରୀ ଶବକୁ ବୋହି ଆଣି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରଖି ଆନ୍ଦୋଳନ କରୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
