LPG tank accident
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଡ଼ଘାଟି ହରିଡ଼ା ମୂଳ ନିକଟରେ LPG ଟ୍ୟାଙ୍କର ଦୁର୍ଘଟଣା ହୋଇଛି। ଏଥିରେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଚାଳକଙ୍କର ନାଁ ହେଉଛି ମନୋଜ କୁମାର ଯାଦବ।
ଆଜି ସକାଳୁ ବିଶାଖାପାଟଣାରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲା ଏକ LPG ଟ୍ୟାଙ୍କର ହରିଡ଼ା ମୂଳ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖଲ୍ଲିକୋଟ ଥାନା ଠାରୁ ପ୍ରାୟ ୪୦୦ମିଟର ଦୂରରେ ଘଟିଥିଲା ଏଭଳି ଦୁର୍ଘଟଣା।
ଘଟଣା ସ୍ଥଳରେ ରାସ୍ତାର ଉଭୟ ପାର୍ଶ୍ୱକୁ ୨ କିଲୋମିଟର ଯାଏଁ ସିଲ କରାଯାଇଥିଲା। ଖଲ୍ଲିକୋଟ ପୁଲିସ ଦ୍ୱାରା ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା। ଏଥି ସହିତ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଡ୍ରାଇଭର ମନୋଜ କୁମାର ଯାଦବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖଲ୍ଲିକୋଟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us