Advertisment

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

ସାଢ଼େ ୧୧ଟା ସମୟରେ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
AIIMS in Delhi

AIIMS in Delhi

Advertisment

ଦିଲ୍ଲୀଏମ୍ସରେ ଅଗ୍ନିକାଣ୍ଡ ଘଟିଛି।  ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବାସୂଚନା ମିଳିଛି। ନିଆଁକୁଆୟତ୍ତ କରିବା ପାଇଁ୧୫ମଟିଅଗ୍ନିଶମଗାଡ଼ି ନିୟୋଜିତ ହୋଇଛନ୍ତି। ନିଆଁର ପ୍ରକୋପ ଏତେ ଭୟଙ୍କର ରହିଛି ଯେ ଝରକା ଆଡ଼ୁ ନିଆଁ ଓ ଧୂଆଁ ବହୁ ଜୋରରେ ବାହାରୁଥିବା ଦେଖିବାକୁ ମିଳିଛି। ହେଲେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ନିଆଁ ଲାଗିବା ପରେ ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। 

Advertisment

ଏଣ୍ଡୋସ୍କୋପି ବିଭାଗର ପଛପାଖରେ ଜରୁରୀ କାଳୀନ ବିଭାଗ ରହିଛି। ଏହା ପାଖରେ ଓପିଡି ମଧ୍ୟ ରହିଛି। ଏଥିପାଇଁ  ନିଆଁ ବ୍ୟାପିଯିବାର ଆଶଙ୍କା ଥିବାରୁ ରୋଗୀମାନଙ୍କୁ  ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏବେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। 

ସର୍ଟ ସର୍କିଟରୁ ନିଆଁ ଲାଗିଲା ନା କେଉଁ କାରଣ ପାଇଁ ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସାଢ଼େ ୧୧ଟା ସମୟରେ ଦିଲ୍ଲୀଏମ୍ସର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ଦିଲ୍ଲୀ ଡିସିପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି। 

Advertisment

 ସୂଚନାଯୋଗ୍ୟ, ୨୦୨୧ ମସିହାରେ ଦିଲ୍ଲୀ ଏମ୍ସରେ ଅଗିକାଣ୍ଡ ଘଟିଥିଲା। ଦିଲ୍ଲୀ ଏମ୍ସକୁ ପ୍ରତ୍ୟେକ ଦିନ ଦେଶ ଓ ଦେଶ ବାହାରୁ ରୋଗୀମାନେ ଚିକିତ୍ସା ପାଇଁ ଆସିଥାନ୍ତି।   

Fire Breakout AIIMS In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe