Advertisment

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ୍, ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ

ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ଏହି ଘଟଣା ଘଟିଛି। ଏହି ଟ୍ରେନ୍‌ କୌଣସି କାରଣରୁ ଲୁପ ଲାଇନରେ ପଶି ଯାଇଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Train

Train

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମୁ ଟ୍ରେନ୍। ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ। ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ଏହି ଘଟଣା ଘଟିଛି। ଏହି ଟ୍ରେନ୍‌ କୌଣସି କାରଣରୁ ଲୁପ ଲାଇନରେ ପଶି ଯାଇଥିଲା।

Advertisment

ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ନୀଳଗିରି ରୋଡ଼ରେ ଦୁଇ ଘଣ୍ଟାରୁ ଅଧିକ ସମୟ ଟ୍ରେନଟି ରହିଥିବା ବେଳେ ଲୋକ ପାଇଲଟ ଗାଡିକୁ ପଛକୁ ବ୍ରେକ କରି ପୁଣି ବାଲେଶ୍ୱର ଅଭିମୁଖେ ଯାଇଥିବା ଜଣାପଡ଼ିଛି।

ବାଲେଶ୍ୱରଠାରେ ୪ ନମ୍ବର ଟ୍ରାକରେ ଟ୍ରେନଟି ପହଞ୍ଚିବା ପରେ ଯାତ୍ରୀମାନେ ଲୋକ ପାଇଲଟକୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

Advertisment
train track ଟ୍ରେନ୍ ଟ୍ରାକ୍
ଟ୍ରେନ୍‌ ଲୋକପାଇଲଟ୍‌ଙ୍କ କହିବା ମୁତାବକ ଟ୍ରାକ୍‌ ବିପରିତ ଦିଗକୁ କ୍ରାସ କରି ଯାଇଥିଲା। ଟ୍ରାକ୍‌ ନର୍ମାଲ ଲାଇନ୍‌ରେ ନ ଥିଲା। ତେବେ ଏଥିଯୋଗୁ ଦୁର୍ଘଟଣା ବା ଟ୍ରେନ୍‌ ଲାଇନ୍‌ ଚ୍ୟୁତ୍‌ ହୋଇନଥାଆନ୍ତା। ଏପରି ହୋଇଥିଲେ ଏହି ଟ୍ରେନ୍‌ ଯିବା ପରେ ପଛରେ ଆସୁଥିବା ଗାଡ଼ିଗୁଡ଼ିକ ପଛକୁ ପଛ ଯିବା ବିଳମ୍ୱ ହୋଇଥାଆନ୍ତା। ଟ୍ରେନ୍‌ ଟ୍ରାକ୍‌ରେ କ୍ଷତି ହୋଇଥାଆନ୍ତା। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ୍‌କୁ ପଛକୁ ଅଣାଯାଇଥିଲା। ଟ୍ରେନ୍‌ ଟ୍ରାକ୍‌ କାମ କରିବା ବେଳେ କିଛି ଭୁଲଭାଲ କରିବା ଯୋଗୁ ଏହି ସମସ୍ୟା ହୋଇଥାଇପାରେ।
train loco pilotଟ୍ରେନ୍‌ ଲୋକପାଇଲଟ୍
Balasore Train Accident