Train
ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମୁ ଟ୍ରେନ୍। ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ। ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ଏହି ଘଟଣା ଘଟିଛି। ଏହି ଟ୍ରେନ୍ କୌଣସି କାରଣରୁ ଲୁପ ଲାଇନରେ ପଶି ଯାଇଥିଲା।
ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ନୀଳଗିରି ରୋଡ଼ରେ ଦୁଇ ଘଣ୍ଟାରୁ ଅଧିକ ସମୟ ଟ୍ରେନଟି ରହିଥିବା ବେଳେ ଲୋକ ପାଇଲଟ ଗାଡିକୁ ପଛକୁ ବ୍ରେକ କରି ପୁଣି ବାଲେଶ୍ୱର ଅଭିମୁଖେ ଯାଇଥିବା ଜଣାପଡ଼ିଛି।
ବାଲେଶ୍ୱରଠାରେ ୪ ନମ୍ବର ଟ୍ରାକରେ ଟ୍ରେନଟି ପହଞ୍ଚିବା ପରେ ଯାତ୍ରୀମାନେ ଲୋକ ପାଇଲଟକୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us