/odisha-reporter/media/post_attachments/uploadimage/library/16_9/16_9_0/crocodile_1693461022.jpg)
crocodile
ମଇଁଷି ଚରାଳିଙ୍କୁ ଟାଣିନେଲା କୁମ୍ଭୀର । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁର। ମଇଁଷି ଚରାଳି ଜଣଙ୍କ ହେଲେ ଭାସ୍କର ରାଉତ। ତାଙ୍କୁ ୫୦ ବର୍ଷ ହୋଇଥିଲା।
ଆଜି ସକାଳେ ଭାସ୍କର ମଇଁଷି ଗୁଡ଼ିକୁ ଛାଡ଼ି ବ୍ରାହ୍ମଣୀ ନଦୀ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଏକ କୁମ୍ଭୀର ଆସି ଭାସ୍କରଙ୍କୁ ଟାଣି ନେଇଥିଲା। ପ୍ରତ୍ୟେକ୍ଷଦର୍ଶୀ ପାଟି ଶୁଣି ଦୌଡ଼ି ଆସିଥିଲେ। କୁମ୍ଭୀରଟି ସେହି ସମୟରେ ଭାସ୍କରଙ୍କୁ ନଈ ଭିତରକୁ ଟାଣି ନେଇଥିଲା।
ଏନେଇ ସ୍ଥାନୀୟ ଲୋକେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଭାସ୍କରଙ୍କୁ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟରାସ୍ତାରେ ବଉଳା କୁମ୍ଭୀର।ଟି ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଲୋକେମାନେ କୁମ୍ଭୀରଟିକୁ ଦେଖି ଚିତ୍କାର କରିବାରୁ ସେ ନିକଟସ୍ଥ କେନାଲକୁ ପଳାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
