Advertisment

ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର, ନିଜେ ପଡ଼ିଗଲେ ବନ ଜଗୁଆଳି

ରଞ୍ଜିତ ନିଜେ ଜଣେ ବନ ଜଗୁଆଳି ହୋଇ ନିଜେ ପଶୁପକ୍ଷୀ ଶିକାର କରିବା ସେହି ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।

ଅଦ୍ୟତନ ହୋଇଛି
Daspalla

Daspalla

Advertisment

ବାର୍‌ହା ଶିକାର ପାଇଁ ବିଦ୍ୟୁତ ତାର ବିଛେଇ ଥିଲେ। ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବନ ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲାର ଗଣିଆ ଥାନା ଅନ୍ତର୍ଗତ ଛାମୁଣ୍ଡିଆ ଫରେଷ୍ଟ ରେଞ୍ଜରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରଞ୍ଜିତ ସେଠୀ। ରଞ୍ଜିତ ଛାମୁଣ୍ଡିଆ ବିଟ୍ ହାଉସରେ ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ।

Advertisment

ରଞ୍ଜିତ ଗତକାଲି ରାତିରେ ବାର୍‌ହା ଶିକାର ପାଇଁ କଣପଦା ଜଙ୍ଗଲରେ ବିଦ୍ୟୁତ ତାର ବିଛାଇଥିଲେ। ପରେ ସେ ଜଙ୍ଗଲକୁ ବାର୍‌ହା ଗୋଡ଼ାଇବାକୁ ଯାଇଥିଲେ। ଜଙ୍ଗଲରେ ବୁଲୁଥିବା ବାର୍‌ହା ଗୋଡ଼ାଇଲେ ସେମାନେ ଆସି ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବେ ବୋଲି ଭାବିଥିଲେ। ସେଥିପାଇଁ ସେ ଜଙ୍ଗଲରୁ ବାର୍‌ହାଙ୍କୁ ଗୋଡ଼ାଇବାକୁ ଯାଇଥିଲେ, ନିଜେ ବିଛେଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ।

ଘଟଣାସ୍ଥଳରେ ରଞ୍ଜିତଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନବିଭାଗ କର୍ମଚାରୀ, ବିଦ୍ୟୁତ୍ ବିଭାଗର କର୍ମଚାରୀ ପହଞ୍ଚିଥିଲେ। ପରେ କରେଣ୍ଟ କାଟି ରଞ୍ଜିତଙ୍କୁ ଉଦ୍ଧାର କରିଥିଲେ। ରଞ୍ଜିତ ନିଜେ ଜଣେ ବନ ଜଗୁଆଳି ହୋଇ ନିଜେ ପଶୁପକ୍ଷୀ ଶିକାର କରିବା ସେହି ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।

Advertisment
Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe