Advertisment

ଚାଲି ଚାଲି ଯାଉଥିଲେ ଯୁବକ, ପିଟିଦେଲା ଅଜଣା ଗାଡ଼ି

ଚାଲି ଚାଲି ଘରକୁ ଫେରୁଥିଲେ ଯୁବକ। ମାତ୍ର କିଛି ସମୟ ପରେ ଘରେ ପହଞ୍ଚି ବି ଯାଇଥାନ୍ତେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା।

Accident

Accident

Advertisment

ଚାଲି ଚାଲି ଘରକୁ ଫେରୁଥିଲେ ଯୁବକ। ମାତ୍ର କିଛି ସମୟ ପରେ ଘରେ ପହଞ୍ଚି ବି ଯାଇଥାନ୍ତେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ରାସ୍ତାରେ ହିଁ ପିଟି ଦେଲା ଏକ ଅଜଣା ଗାଡ଼ି ଓ ଚାଲିଗଲା ଯୁବକଙ୍କ ଜୀବନ ।

Advertisment

ଏପରି ଏକ ଅଘଟଣ ଗତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି। ମୃତକ ଅମର୍ଦ୍ଦା ରୋଡ଼ ଅଞ୍ଚଳର କାହ୍ନୁ ପ୍ରଧାନ ବୋଲି ଜଣାଯାଇଛି।

ନିଜ କାମ ସାରି କାହ୍ନୁ ଗତ ରାତିରେ ଚାଲି ଚାଲି ଘରକୁ ଫେରୁଥିଲେ। ମାତ୍ର ହଠାତ୍‌ ଇନ୍ଦିରା ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାହ୍ନୁଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇ ଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର ହୋଇ ଯାଇଥିବା ଜଣାଯାଇଛି। 

Advertisment

ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ୍‌ ଏବଂ ବସ୍ତା ପୁଲିସ ପହଞ୍ଚି ଶବ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ସିସିଟିଭି ଫୁଟେଜ ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜିବାକୁ ପ୍ରୟାସ ଜାରି ରଖିଛି। 

Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe